fbpx

ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣା: ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ

ବାଣପୁର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପ-ଜିଲ୍ଲାପାଳ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦିଆଯାଇଛି ।

ତେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇବା ଘଟଣା ପରେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସେ କହିଛନ୍ତି ଯେ, ‘ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗାଡ଼ି ଧକ୍କାରେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ଆହତ ହୋଇଛନ୍ତି । ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱର ପଠାଯାଇଛି । ତଦନ୍ତ ଆରମ୍ଭ ହୋଇଛି, ଯାହାର ଦୋଷ ଥିବ କାର୍ଯ୍ୟାନୁଷ୍ଠାନ ହେବ ।’ ତେବେ କେହି ମୃତ୍ୟୁବରଣ କରିଥିବାର ଖବର ନାହିଁ ବୋଲି ଏସପି କହିଛନ୍ତି ।

Get real time updates directly on you device, subscribe now.