fbpx

ମହଙ୍ଗା ପଡିଲା ଷ୍ଟଣ୍ଟର ନିଶା: ଛାତରୁ ଖସି ପଡିଲେ ଯୁବକ, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଷ୍ଟଣ୍ଟର ବହୁତ ସାରା ଭିଡିଓ ଆପଣ ଦେଖିଥିବେ । ସେହି ଭିଡିଓ ସବୁ କାଫି ଜବରଦସ୍ତ ହୋଇଥାଏ । ଅନେକ ବ୍ୟକ୍ତି ଅଛନ୍ତି ଯିଏ ଷ୍ଟଣ୍ଟ କରିବାକୁ ପସନ୍ଦ ବି କରନ୍ତି । କିଛି ଭିଡିଓ ଏତେ ଖତରନାକ ହୋଇଥାଏ ଯେ, ଯାହାକୁ ଦେଖିବା ପରେ ଆପଣଙ୍କର ବି ଲୋମମୂଳ ଟାଙ୍କୁରି ଉଠିବ । ଏମିତି ହିଁ ଏକ ଭିଡିଓ କିଛି ଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ଷ୍ଟଣ୍ଟ କରିଥିବା ବ୍ୟକ୍ତିଙ୍କ ସହିତ ବହୁତ ହୃଦୟ ବିଦାରକ ଦୁର୍ଘଟଣା ଘଟୁଛି । ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ବିପଦଜନକ ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ଚକରରେ ସେ ବହୁତ ଉଚ୍ଚତାରୁ ତଳେ ପଡିଯାଉଛନ୍ତି । ସାଧାରଣ କଥା ଯିଏ ଏତେ ଉଚ୍ଚତାରୁ ତଳେ ପଡିବ ନିହାତି ଭାବରେ ଆହତ ହବ ହିଁ ହବ । ଷ୍ଟଣ୍ଟ ପାଇଁ ବ୍ୟକ୍ତି ଜଣଙ୍କର ହାଲ୍ ବେହାଲ ହୋଇଯାଉଛି । ଗଭୀର ଭାବରେ ସେ ଆହତ ମଧ୍ୟ ହେଉଛନ୍ତି । ହୁଏତ ଶରୀରର କୌଣସି ହାଡ ଭାଙ୍ଗିଯାଇଥିବ ।

ଭିଡିଓରେ ଜଣେ ବ୍ୟକ୍ତି ଛାତ ଉପରେ ଦୂରରୁ ଦୌଡି ଦୌଡି ଆସୁଛନ୍ତି । ଷ୍ଟଣ୍ଟ ପାଇଁ ସାମ୍ନାରେ ଦେଖାଯାଉଥିବା ଆଉ ଏକ ଛାତ ଉପରକୁ ଡେଇଁବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ନିୟନ୍ତ୍ରଣ କରିନପାରିବାରୁ ଯେଉଁଠି ଡେଇଁବା କଥା ସେଠି ସେ ପହଂଚିପାରୁନାହାନ୍ତି । ଫଳରେ ଅନେକ ଉଚ୍ଚତାରୁ ସେ ତଳେ ପଡିଯାଉଛନ୍ତି । ଯେଉଁପରି ଭାବେ ସେ ତଳେ ପଡୁଛନ୍ତି ନିହାତି ଭାବରେ ସେ ଆହତ ହୋଇଥିବା ପରି ମନେହେଉଛି । ହେଲେ ସୌଭାଗ୍ୟର କଥା ଯେ, ତାଙ୍କ ମୁଣ୍ଡ ଛାତ କୋଣରେ ବାଜୁନି, ନହେଲେ ସେ ହୁଏତ ଆହୁରି ଅଧିକ ଗଭୀର ଭାବରେ ଆହତ ହୋଇଥାନ୍ତେ କିମ୍ବା ତାଙ୍କର ଜୀବନ ବି ଚାଲିଯାଇଥାନ୍ତା । ତେବେ ଭିଡିଓଟିକୁ ଦେଢ ମିଲିୟନରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ଦେଢ ଲକ୍ଷରର ଅଧିକ ଲାଇକସ ମିଳିଛି ।

Get real time updates directly on you device, subscribe now.