fbpx

ଲ୍ୟାଣ୍ଡିଂ ସମୟରେ ଭାରସାମ୍ୟ ହରାଇଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ଟଳିଗଲା ବଡ଼ ବିପଦ

ମଧ୍ୟପ୍ରଦେଶ ଜବଲପୁରରେ ଡୁମନା ଏୟାରପୋର୍ଟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୫ ଯାତ୍ରୀ । ଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆର ଆଲାଏନ୍ସ ଏୟାର ଏଟିଆର୬୨-୬୦୦ ଲ୍ୟାଣ୍ଡିଂ ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା ଏବଂ ରନୱେରୁ ବାହାରକୁ ଖସିଯାଇଥିଲା । ପରେ ନିୟନ୍ତ୍ରଣ କରି ସବୁକିଛି ଠିକ୍ କରାଯାଇଥିଲା । ତେବେ କୁହାଯାଇପାରିବ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୫୫ ଯାତ୍ରୀ ।

ସୂଚନା ଅନୁଯାୟୀ, ଶନିବାର ଦ୍ୱିପ୍ରହର ୧.୧୩ ସମୟରେ ଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟକୁ ଡୁମନା ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର ଥିଲା । କିନ୍ତୁ ଲ୍ୟାଣ୍ଡିଂ ସମୟରେ ଯେତେବେଳେ ଫ୍ଲାଇଟ୍ ରନୱେରେ ଓହ୍ଲାଇଥିଲା ସେତେବେଳେ ହଠାତ୍ ପାଇଲଟ ବିମାନରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବିମାନଟି ରନୱେରୁ ବାହାରକୁ ଚାଲିଯାଇଥିଲା । ପରେ ପାଇଲଟ୍ ତୁରନ୍ତ ବିମାନକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ, ଏବଂ ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ସେହି ସମୟରେ ବିମାନରେ ୫୫ ଯାତ୍ରୀ ଏବଂ ୫ କ୍ରୁ ମେମ୍ବର ରହିଥିଲେ । ଦୁର୍ଘଟଣା ପରେ ଡିସିଜିଏ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରୁ କାରଣ ଜାଣିବାକୁ ପ୍ରୟାସ କରାଯାଉଛି ।

 

Get real time updates directly on you device, subscribe now.