fbpx
BJD SKY
BJD SKY

ଏହି ଭେଟେରାନଙ୍କୁ ମିଳିଲା ଆରସିବିର କ୍ୟାପଟେନ୍ସି: ବିରାଟଙ୍କୁ କରିବେ ରିପ୍ଲେସ୍

BJD

ନୂଆଦିଲ୍ଳୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଏହାର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି । ସାଉଥ୍ ଆଫ୍ରିକାନ୍ ଭେଟେରାନ୍ ଫାଫ୍ ଡୁପ୍ଲେସିସଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିଗତ ସିଜିନରେ ବିରାଟ କୋହଲି ଓହରି ଯାଇଥିବା ବେଳେ ମ୍ୟାକ୍ସୱେଲ ଅଧିନାୟକ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ପୁରା ସିଜିନ ପାଇଁ ମ୍ୟାକ୍ସୱେଲ ଉପଲବ୍ଧ ରହିବେ ନାହିଁ । ସେହି କାରଣରୁ ମ୍ୟାକ୍ସୱେଲଙ୍କ ବଦଳରେ ୩୭ ବର୍ଷୀୟ ଡୁପ୍ଲେସିସଙ୍କୁ ଅଧିନାୟକତ୍ୱ ପ୍ରଦାନ କରାଯାଇଛି । ବିଗତ ସିଜିନରେ ଡୁପ୍ଲେସିସ୍ ୬୩୩ ରନ୍ କରିବା ସହିତ ଅରେଞ୍ଜ କ୍ୟାପ ହାସଲ କରିଥିଲେ ।

୨୦୧୨ରେ ସିଏସକେ ପକ୍ଷରୁ ପଦାର୍ପଣ କରିଥିବା ଡୁପ୍ଲେସିସ ପ୍ରତିବର୍ଷ ସିଏସକେ ପକ୍ଷରୁ ଖେଳି ଅସୁଥିଲେ । ୨ ବର୍ଷ ସିଏସକେ ବ୍ୟାନ ହୋଇଥିବା ବେଳେ ସେ ରାଇଜିଂ ପୁଣେ ସୁପର ଜାୟାଣ୍ଟସ ପକ୍ଷରୁ ଖେଳିଥିଲେ । ଚଳିତ ସିଜିନରେ ୭ କୋଟି ଟଙ୍କା ବ୍ୟୟରେ ଡୁପ୍ଲେସିସଙ୍କୁ କିଣିଥିଲା ଆରସିବି । ଡୁପ୍ଲେସିସ ସମୁଦାୟ ୧୦୦ଟି ଆଇପିଏଲ ମୁକାବିଲା ଖେଳି ୨୯୩୫ ରନ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.