fbpx

ଢ଼େଙ୍କାନାଳରେ ପୋଖରୀ ଖୋଳାରୁ ସଂଘର୍ଷ: ଗୁଳିମାଡ଼ରେ ସମ୍ପର୍କୀୟ ଭାଇର ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢ଼େଙ୍କାନାଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଖରୀ ଖୋଳାକୁ ନେଇ ଘଟିଯାଇଛି ଗୁଳିକାଣ୍ଡ । ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ପୋଖରୀ ଖୋଳାକୁ ନେଇ ଗୁଳି ମାଡ଼ ହେବାରୁ ଜଣଙ୍କ ପ୍ରାଣହାନି ଘଟିଛି ।

୪-୫ ଭାଇ ମିଶି ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଥିବା ସୂଚନା । ଘଟଣାସ୍ଥଳରେ ଜଣେ ସମ୍ପର୍କୀୟ ଭାଇଙ୍କ ପ୍ରାଣହାନି ଘଟିବା ପରେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ପୋଲିସ ଅପରାଧ ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉଭୟ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା ।

ବିବାଦ ଲାଗିଥିବା ଜମିରେ ପୋଖରୀ ଖୋଳିବାକୁ ନେଇ ଘଟି ଯାଇଛି ଗୁଳିକାଣ୍ଡ । ପୋଖରୀ ଖୋଳିବା ପାଇଁ ଜେସିବି ଅଣାଯିବାରୁ ଗୁଳିକାଣ୍ଡ ଘଟିଥିଲା । ୪-୫ ଭାଇ ମିଶି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହା ସହିତ ଗୁଳିକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.