fbpx
BSKY
BJD MC SKY
BJD YOUTH SKY

ବୁଲି ବାଈ ଆପ୍ ମାମଲା: ଉତ୍ତରାଖଣ୍ଡର ମହିଳା ଏବଂ ଇଞ୍ଜିନିୟରଙ୍କ କାରନାମା; ଉଭୟ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସ୍ ‘ବୁଲି ବାଈ’ ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ଉପରେ ବୁଲି ବାଇ ନାମକ ଆପ୍ ଦ୍ୱାରା ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରିବା ଏବଂ ନିଲାମ କରିବା ନେଇ ଅଭିଯୋଗ ରହିଛି । ମହିଳାଙ୍କୁ ଯାଞ୍ଚ ପାଇଁ ମୁମ୍ବାଇ ଅଣାଯାଉଛି ।

ସେପଟେ ସୋମବାର ଏହି ମାମଲାରେ ଗିରଫ ହୋଇଥିବା ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ୧୦ ଜାନୁଆରୀ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ ହେପାଜତକୁ ପଠାଯାଇଛି । ଉଭୟ ଏହି ମାମଲାରେ ସହଯୋଗୀ ରହିଥିଲେ । ପୋଲିସ୍ କହିଛି ଯେ ମହିଳା ‘ବୁଲି ବାଈ’ ଆପ୍ ସହ ଜଡ଼ିତ ତିନିଟି ଆକାଉଣ୍ଟ ଚଳାଉଥିଲେ ।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ୍ ର ସାଇବର ସେଲ୍ କୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ ଜାରି ରଖିଥିଲା । ଅଭିଯୋଗ ଅନୁଯାୟୀ ‘ବୁଲି ବାଈ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା ।

ଏହି ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଇ ଥିଲେ ଏବଂ ଅଭିଯୋଗ କରିଥିଲେ ଯାହାପରେ ମୁମ୍ବାଇ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିିଙ୍କ ବିରୋଧରେ ଆଇପିସି ଧାରା ୩୫୪ଡି, ୫୦୯, ୫୦୦, ୧୫୩ଏ,୨୯୫ଏ, ୧୫୩ବି, ଆଇଟି ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା ।

Get real time updates directly on you device, subscribe now.