fbpx

ଥରେ ନୁହେଁ କି’ ଦୁଇ ଥର ନୁହେଁ ୧୧ ଥର କରୋନା ଟିକା ନେଇଛନ୍ତି ଏହି ବ୍ୟକ୍ତି! ଜାଣନ୍ତୁ ଘଟଣା…

ବିହାର: କରୋନା ଭାକ୍ସିନକୁ ନେଇ ଅନେକ ସମୟରେ ଅନେକ ଖୁଲାସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ବିହାରର ଜଣେ ବ୍ୟକ୍ତି ୧୧ ଥର କରୋନା ଟିକା ନେଇଥିବା ଦାବି କରିଛନ୍ତି । ବିହାର ମଧେପୁରାର ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମଦେବ ମଣ୍ଡଳ ଦାବି କରିଛନ୍ତି ଯେ ସେ ୧୧ ଥର କରୋନା ଟିକା ନେଇଛନ୍ତି । ଏହା ତାଙ୍କୁ ଅନେକ ଫାଇଦା ଦେଇଛି । ଫଳରେ ଏହି ଟିକାକୁ ସେ ବାରମ୍ବାର ନେଉଛନ୍ତି । ସେ କହିଛନ୍ତି ୧୩ ଫେବୃଆରୀ ୨୦୨୧ ରୁ ଏପର୍ଯ୍ୟନ୍ତ ୧୧ ଡୋଜ ଟିକା ନେଇସାରିଛନ୍ତି ।

ତେବେ ବ୍ରହ୍ମଦେବ ମଣ୍ଡଳଙ୍କ ୧୧ ଥର ଟିକା ନେବା ବିହାରରେ ଟିକାକରଣ ଉପରେ ପଶ୍ନବାଚୀ ଉଠାଇଛି । ବୃଦ୍ଧ ଜଣକ ୮ ଥର ଆଧାର କାର୍ଡ ଏବଂ ଗୋଟିଏ ମୋବାଇଲ ନମ୍ବରରେ ଟିକା ନେଇଛନ୍ତି । ଏହା ସହ ୩ ଥର ଭୋଟ ପରିଚୟ ପତ୍ର ଏବଂ ପତ୍ନୀଙ୍କ ମୋବାଇଲ ନମ୍ବରରେ ଟିକା ନେଇଛନ୍ତି । ସେପଟେ କିଛି ଟିକା କର୍ମଚାରୀ କହିଛନ୍ତି ଅଫଲାଇନ କ୍ୟାମ୍ପରେ ଏମିତି ଗଡ଼ବଡ଼ ହୋଇପାରେ । କାରଣ କ୍ୟାମ୍ପରେ ପ୍ରଥମେ ସେମାନଙ୍କର ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ନିଆଯାଏ ଏବଂ ପରେ ଏହାକୁ କମ୍ପ୍ୟୁଟରରେ ଫିଡ୍ କରାଯାଏ, ଯାହ ମ୍ୟାଚ୍ ହେବାପରେ ରିଜେକ୍ଟ ହୋଇଯାଇଥାଏ । ତେଣୁ ବେଳେବେଳେ ଫିଡ ଡାଟା ଏବଂ ସେଣ୍ଟରର ଡାଟା ମଧ୍ୟରେ ଅସାମଞ୍ଜସ୍ୟ ଥାଏ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇପଡ଼ିଛି ଏବଂ ଘଟଣାର ଏକ ସବିଶେଷ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.