fbpx

ଛାତ୍ରୀଙ୍କର ସାଙ୍ଘାତିକ ଅଭିଯୋଗ: କହିଲେ –‘ଝିଅମାନଙ୍କ ବଡ଼ି ଟଚ୍ କରୁଛନ୍ତି ସାର୍’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରୀମାନଙ୍କୁ ସାରଙ୍କ ଅସଦାଚରଣ । ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜରେ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅସଦାଚରଣ କରିଥିବା ଶିକ୍ଷକମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ଖବର ପାଇ କ୍ୟାମ୍ପସରେ ପହଂଚି ଛାତ୍ରଛାତ୍ରୀଙ୍କୁ ପୋଲିସ ବୁଝାସୁଝା କରିଥିବା ସୂଚନା ମିଳିଛି । ଆଇକାର୍ଡ ପକାଇବା ନାଁରେ ଅସଦାଚରଣ କରୁଥିଲେ ଶିକ୍ଷକ । ଛାତ୍ରୀଙ୍କ ଆଇକାର୍ଡ଼କୁ ଦେଖି ଅଧ୍ୟାପକ କହିଥିଲେ କି, ‘ତୁ ପୂରା ଝଡ଼ିଗଲୁଣି। ଆଗରୁ କେତେ ସୁନ୍ଦର ଦେଖାଯାଉଥିଲୁ। ଏବେ କେମିତି ଦେଖାଗଲୁଣି ଦେଖ୍‌। ଟିକେ ପ୍ରୋଟିନ୍‌ ଖା ଆଉ ଅଣ୍ଡା କଦଳୀ ବି ଖା। ଆଉ ଏହା ପରେ ଚିହିଁକି ଉଠିଛନ୍ତି ଛାତ୍ରୀ।’ କଣ୍ଟ୍ରାକଚୁଆଲ ବେସିସରେ ଆସୁଥିବା ଶିକ୍ଷକ ଖରାପ ବ୍ୟବହାର କରିଥିବା ନେଇ ଛାତ୍ରୀଛାତ୍ରୀ ଅଭିଯୋଗ କରିଛନ୍ତି । ବିଜୁ ପଟ୍ଟନାୟକ କଲେଜର ଅର୍ଥଶାସ୍ତ୍ର ବିଭାଗର ଶିକ୍ଷକ ଶୁଭେନ୍ଦୁ ସାରଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ଦୀର୍ଘ ଦିନ ଧରି ଏବିଷୟରେ କଲେଜର ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିବା ସତ୍ତେ୍ୱ କୌଣସି ପଦକ୍ଷେପ ନିଆ ନଯିବାରୁ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଏପରିକି ଜଣେ ଛାତ୍ରୀଙ୍କ ଆଇକାର୍ଡରେ ଫୋନ ନମ୍ବର ଭୂଲ୍ ଥିବାରୁ ସେ ସାରଙ୍କୁ ଦେଖାଇବାରୁ ସେ ତାଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ବଡିକୁ ସାର ଟଚ୍ କରିଥିବା ନେଇ ଚଶତ୍ରୀ ଅଭିଯୋଗ କରିଛନ୍ତି । ଏହା ସହ ରାତି ୧୦ଟାରେ ଛାତ୍ରୀଙ୍କୁ ଫୋନ କରୁଥିବା ସେମାନେ କହିଛନ୍ତି ।

କ୍ଲାସ୍‌ରେ ଷ୍ଟାଟିଷ୍ଟିକ୍‌ସ ପଢାଇବା ବେଳେ ଏମିତି କିଛି ଅଶ୍ଳୀଳ ଇଙ୍ଗିତ କରୁଥିଲେ ଅଧ୍ୟାପକ। ଥରେ ନୁହେଁ କି ଦୁଇଥର ନୁହେଁ ବରଂ ବାରମ୍ବାର ଏମିତି ଅଶ୍ଳୀଳ ଇଙ୍ଗୀତ ଶୁଭେନ୍ଦୁ ସାର କରୁଥିବା ନେଇ ଜଣାପଡ଼ିଛି। ଖାଲି ଟଙ୍କା ପରେ ଏମାନେ ଟଙ୍କା ନେଉଛନ୍ତି। କିନ୍ତୁ କିଛି ସୁବିଧା ଦେଉନାହାନ୍ତି। ଆମ କଲେଜ୍‌ ଜିଏସ୍‌ଟି ଦେଉଛି କିନ୍ତୁ ଟଙ୍କା କେମିତି ଖର୍ଚ୍ଚ ହେଉଛି ତାହାକୁ ଜଣାଉନାହାନ୍ତି ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.