fbpx

ଆମେରିକାରେ ଗିରଫ ହେଲେ ଭାରତୀୟ ଛାତ୍ରୀ, ଇସ୍ରାଏଲ୍ ବିରୁଦ୍ଧରେ କରିଥିଲେ ପ୍ରଦର୍ଶନ

ନୂଆଦିଲ୍ଲୀ:ଆମେରିକାରେ ଇସ୍ରାଏଲ୍ ବିରୋଧୀ ପ୍ରଦର୍ଶନ କରୁଥିବା ଭାରତୀୟ ବଂଶୋଦ୍ଭବ ଛାତ୍ରୀଙ୍କୁ ଗିରଫ କରାଯାଇଛି । ଆମେରିକାର ପ୍ରତିଷ୍ଠିତ ପ୍ରିନ୍ସଟନ୍ ୟୁନିଭରସିଟିରେ ସେ ଅଧ୍ୟୟନ କରନ୍ତି । ଛାତ୍ରୀଙ୍କ ମୂଳ ଘର ତାମିଲନାଡୁରେ ହୋଇଥିବା ବେଳେ ତାଙ୍କ ନାମ ଅଚିନ୍ତ୍ୟା ଶିବଲିଙ୍ଗମ ରହିଛି । ତାଙ୍କ ସହିତ ହସନ ସେୟଦ ନାମକ ଜଣେ ଯୁବକ ବି ଗିରଫ ହୋଇଛନ୍ତି । ଏମାନେ କିଛି ଅନ୍ୟ ଲୋକଙ୍କ ସହ ମିଶି ଗାଜାରେ ପାଲେଷ୍ଟାଇନଙ୍କ ଉପରେ ହୋଇଥିବା ଇସ୍ରାଏଲ୍ ଆକ୍ରମଣକୁ ବିରୋଧ କରିଥିଲେ ।

ୟୁନିଭରସିଟି ପ୍ରବକ୍ତା ଜେନିଫର ମୋରିଲ କହିଛନ୍ତି, ଏହି ୨ ଛାତ୍ରଙ୍କ ଉପରେ କ୍ୟାମ୍ପସରେ ପ୍ରବେଶକୁ ନେଇ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହାସହିତ ଏମାନଙ୍କ ଉପରେ ୟୁନିଭରସିଟିରେ ବିନା ଅନୁମତିରେ ଟେଣ୍ଟ ଲଗାଇବା ଓ ଆନ୍ଦୋଳନ କରିବା ନେଇ ଅଭିଯୋଗ ଲାଗିଛି । ଅଚିନ୍ତ୍ୟା ପବ୍ଲିକ୍ ଆଫେୟାର୍ସରେ ମାଷ୍ଟର ଡିଗ୍ରୀ କରୁଥିଲେ । ସେହିପରି ସୟଦ ହସନ ପ୍ରିନ୍ସଟନ ୟୁନିଭରସିଟିରେ ପିଏଚ୍ଡି କରୁଥିଲେ । ୟୁନିଭରସିଟି ପ୍ରବକ୍ତା କହିଛନ୍ତି କୌଣସି ପ୍ରକାର ରାଜନୈତିକ ଆନ୍ଦୋଳନ ନ କରିବାକୁ ଛାତ୍ରଙ୍କୁ ବହୁବାର ଚେତାବନୀ ଦିଆଯାଇଥିଲା କିନ୍ତୁ ସେମାନେ ଶୁଣି ନ ଥିଲେ । ତେଣୁ ସେମାନଙ୍କୁ ଏବେ ପୋଲିସ ଗିରଫ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଆମେରିକାରେ ବହୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ୍ ବିରୋଧରେ ଆନ୍ଦୋଳନ ହୋଇଛି । ଏହାକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ଆମେରିକା ସହ ଆଲୋଚନା କରିଛନ୍ତି ।

 

 

Get real time updates directly on you device, subscribe now.