fbpx

ହୁତ ହୁତ ହୋଇ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲା ୪୦ ଜଣଙ୍କ ପ୍ରାଣ

ଢେଙ୍କାନାଳ: ଏକ ଘରୋଇ ବସରେ ନିଆଁ ଲାଗିଯିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଥିରେ କାହାରି ପ୍ରାଣହାନୀ ଘଟିନଥିବା ଜଣାପଡିଛି । ବସରେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଯାତ୍ରୀମାନେ ବାହାରକୁ ପଳାଇ ଆସିଥିଲେ ।

ସୂଚନାନୁଯାୟୀ, ଏନଏଚ ୫୫ ଆନନ୍ଦନଗର ନିକଟରେ ଏହି ବସଟି ଜଳିଯାଇଛି । ତେବେ ଏହି ବସଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ବସରେ କେଉଁ କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି । ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି । ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ ।

 

Get real time updates directly on you device, subscribe now.