fbpx

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମା’ଙ୍କୁ ଆସିଲା ହାର୍ଟ ଆଟାକ୍, ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନୂଆବର୍ଷର ଆରମ୍ଭରୁ ଝଟକା ଲାଗିଛି । ଅଭିନେତ୍ରୀଙ୍କ ମା କିମ୍ ପର୍ଣ୍ଣାଣ୍ଡିଜ ହାର୍ଟ ଆଟାକର ଶିକାର ହୋଇଛନ୍ତି । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ମିଳୁଛି କି, ଅଭିନେତ୍ରୀଙ୍କ ମା’ କିମଙ୍କ ଉପରୁ ବିପଦ ଟଳିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

ଜ୍ୟାକଲିନଙ୍କ ମା ଏବେ ବି ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଜ୍ୟାକଲିନ ଲଗାତାର ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଛନ୍ତି । ତେବେ ସୁକେଶ ଚନ୍ଦ୍ରଶେଖରର ଠକେଇ ମାମଲାରେ ଜ୍ୟାକଲିନକୁ ପଚରାଉଚରା କରାଯାଉଛି । ଯେଉଁ କାରଣରୁ ସେ ଦେଶ ବାହାରକୁ ଯାତ୍ରା କରିପାରିବେ ନାହିଁ । ଏଥିପାଇଁ ଫେସ୍ ଟାଇମ୍ ଜରିଆରେ ନିଜ ମା’ଙ୍କ ଅବସ୍ଥା ବିଷୟରେ ପଚାରି ବୁଝୁଛନ୍ତି ଜ୍ୟାକଲିନ୍ । ତେବେ ଅଭିନେତ୍ରୀଙ୍କ ପିତା-ମାତା ଅନେକ ବର୍ଷ ଧରି ବହରିନରେ ରହୁଛନ୍ତି ।

ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନାଁ ଚର୍ଚ୍ଚାର ପରିସରକୁ ଆସିଛି । କୁହଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପନ୍ଧ ଥିଲା । କିନ୍ତୁ ଜ୍ୟାକଲିନଙ୍କ ତରଫରୁ ସବୁ କଥାକୁ ଖଣ୍ଡନ କରାଯାଇଛି । ତେବେ ୨୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଚନ୍ଦ୍ରଶେଖର । ଏହି ଠକେଇ ମାମଲାକୁ ନେଇ ଜ୍ୟାକଲିନଙ୍କୁ ଅନେକ ଥର ପ୍ରବର୍ତ୍ତନ ମନ୍ତ୍ରାଳୟ ପଚରାଉଚରା କରୁଛି ।

Get real time updates directly on you device, subscribe now.