fbpx

କୋଭିଡରେ ଅନାଥ ହୋଇଥିବା ଛାତ୍ରଙ୍କ ପାଇଁ ଆଦିତ୍ୟ ବିର୍ଲା କ୍ୟାପିଟାଲ ସ୍କଲାରସିପ୍ କାର୍ଯ୍ୟକ୍ରମ: ୬୦ ହଜାର ପର୍ଯ୍ୟନ୍ତ ମିଳିବ ସ୍କଲାରସିପ୍

କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କ ପାଇଁ ସ୍କଲାରସିପ୍ ଆଣିଛି ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ । ଆଦିତ୍ୟ ବିର୍ଲା କ୍ୟାପିଟାଲ କୋଭିଡ ସ୍କଲାରସିପ ପ୍ରୋଗ୍ରାମ ନାମକ ଏହି ସ୍କଲରାସିପ୍ ଆଦିତ୍ୟ ବିର୍ଲା ଫାଉଣ୍ଡେସନର ଏକ ପଦକ୍ଷେପ ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ ମହାମାରୀରେ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି ଏବଂ ସେମାନଙ୍କ ଶିକ୍ଷାର ନିରନ୍ତରତା ନିଶ୍ଚିତ କରିବା । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ କ୍ଲାସ୍ ୧ ରୁ ୧୨ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରମାନେ ସେମାନଙ୍କର ଶିକ୍ଷା ଖର୍ଚ୍ଚ ଏବଂ କ୍ୟାରିୟର କାଉନସେଲିଂ କୋଚିଂ ପରି ଅତିରିକ୍ତ ଖର୍ଚ୍ଚରେ ସହାୟକ ହେବ, ଏହା ଅଧୀନରେ ୬୦ ହଜାର ପର୍ଯ୍ୟନ୍ତ ସ୍କଲରାସିପ୍ ମିଳୁଛି । ଏହି ସ୍କଲରାସିପ୍ ଆବେଦନ କରିବା ପାଇଁ ୩୧ ଜାନୁଆରୀ ୨୦୨୨ ଶେଷ ତାରିଖ ରହିଛି ।

ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍ (ଏବିସିଏଲ୍), ଆଦିତ୍ୟ ବିର୍ଲା ଗ୍ରୁପ୍ ର ସମସ୍ତ ଆର୍ଥିକ ସେବା ବ୍ୟବସାୟର ହୋଲଡିଂ କମ୍ପାନୀ ଅଟେ  । ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ୍ (“ଏବିଏଫଏଲ”), ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍ ର ଏକ ସହାୟକ କମ୍ପାନୀ ଯାହା ଭାରତର ଅଗ୍ରଣୀ ସୁ-ବିବିଧ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ ସେବା କମ୍ପାନୀଗୁଡିକ ମଧ୍ୟରେ ରହିଛି, ଏହାର ସିଏସ୍ଆର୍ (କର୍ପୋରେଟ୍ ସାମାଜିକ ଦାୟିତ୍ତ୍ୱବୋଧ) ର ଏକ ଅଂଶ ଭାବରେ ଏହି ବୃତ୍ତି ପ୍ରଦାନ କରୁଛି  ।

ଏଠାରେ କରିପାରିବେ ଆବେଦନ । https://www.buddy4study.com/page/aditya-birla-capital-covid-scholarship-program

 

Get real time updates directly on you device, subscribe now.