fbpx

ଜିଲ୍ଲା ଜଜ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ସୁମିତ, ଦେଖନ୍ତୁ ଭିଡ଼ିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ଆଜି ବଡ଼ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ କୋର୍ଟ । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ଡାକ୍ତର ସୁମିତ । ଏନେଇ ଡାକ୍ତର ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଜିଲ୍ଲା ଜଜ୍ କୋର୍ଟ ରାୟରେ ସେମାନେ ସନ୍ତୁଷ୍ଟ ନଥିବା ସୁରେନ୍ଦ୍ର କହିଛନ୍ତି । ଓକିଲ ସୁରେନ୍ଦ୍ର କହିଛନ୍ତି ଯେ, ‘ଜିଲ୍ଲା ଜଜ୍ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ ।’

ତେବେ ସୁମିତଙ୍କ ଘରେ ତପସ୍ୱିନୀ ରହିବାକୁ ଆଜି ରାୟ ଦେଇଥିଲେ ଜିଲ୍ଲା କୋର୍ଟ । ଘରେ ରହିବା ସହ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ମାସିକ ଦେବାକୁ କୋର୍ଟ କହିଥିଲେ ।

Get real time updates directly on you device, subscribe now.