fbpx

(Video)ଜଣେ ସାଧାରଣ ନାଗରିକ ଭାବରେ ଲାଇନରେ ଛିଡା ହୋଇ ଭୋଟ୍ ଦେଲେ ରାହୁଲ ଦ୍ରାବିଡ, ଫ୍ୟାନଙ୍କ ହୃଦୟ କିଣିନେଲା ସରଳତା

ବେଙ୍ଗାଲୁର: ଭାରତୀୟ କ୍ରିକେଟ୍ ଟିମ୍ର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମତଦାନ କରିଛନ୍ତି । ଆଜି ସକାଳୁ ସେ ଏକ ସ୍ଲିପର ପିନ୍ଧି ପୋଲିଂ ବୁଥ୍ରେ ପହଞ୍ଚିଥିଲେ । ଲାଇନ୍ରେ ଛିଡା ହୋଇ ସେ ବେଶ୍ ଧୈର୍ଯ୍ୟର ସହ ନିଜ ସମୟକୁ ଅପେକ୍ଷା କରିଥିଲେ । ଏବେ ଦ୍ରାବିଡଙ୍କ ଏପରି ସରଳତାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।

ଭାରତୀୟ କ୍ରିକେଟ୍ ଟିମ୍ର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଏପ୍ରିଲ ୨୬ ତାରିଖରେ ବାଙ୍ଗାଲୁରରେ ଲୋକସଭା ନିର୍ବାଚନ ଲାଗି ମତଦାନ କରିଛନ୍ତି । ଏହି ସମୟରେ ତାଙ୍କ ସିମ୍ପଲ ଲୁକ୍ ସମସ୍ତଙ୍କ ହୃଦୟ ଜିଣି ନେଇଛି । ଲାଇନ୍ରେ ଛିଡା ହୋଇ ଦ୍ରାବିଡ ନିଜ ପାରିକୁ ଅପେକ୍ଷା କରିଥିଲେ ଓ ଭୋଟ ଦେଇ ଆସିଥିଲେ । ତାଙ୍କର ଏହି ନିଆରା ଅନ୍ଦାଜ ଏକ ବଡ ବାର୍ତ୍ତା ଦେଇଛି । ଭୋଟ ଦେବା ପରେ ଦ୍ରାବିଡ ଆଶା ପ୍ରକାଶ କରିଥିଲେ କି ବାଙ୍ଗାଲୁରରେ ବହୁ ସଂଖ୍ୟାରେ ଲୋକମାନେ ଯେପରି ନିଜର ମତଦାନ କରିବେ ।

ଭୋଟ୍ ଦେବା ପରେ ଦ୍ରାବିଡ ମିଡିଆକୁ କହିଥିଲେ କି, ମୁଁ ମୋ ମତ ଦେଇସାରିଛି । ଏହା ଆମ ସମସ୍ତଙ୍କ ପାଇଁ ଗଣତନ୍ତ୍ରର ଏହି ବଡ ପର୍ବରେ ଭାଗ ନେବାର ଏକ ସୁଯୋଗ ଆଣିଛି । ଭୋଟଗ୍ରହଣ ପାଇଁ ଖୁବ୍ ସୁନ୍ଦର ବ୍ୟବସ୍ଥା କରାଯାଇଛି । ମୋର ଆଶା ରହିଛି କି ବେଙ୍ଗାଲୁର ମତଦାନ କ୍ଷେତ୍ରରେ ଆଜି ଏକ ରେକର୍ଡ କରିବ । ଦ୍ରାବିଡଙ୍କ ବ୍ୟତିତ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ବି ବେଙ୍ଗାଲୁରରେ ପତ୍ନୀଙ୍କ ସହ ଯାଇ ମତଦାନ କରିଛନ୍ତି । ଏହାସହିତ ସେ ଏକ୍ସରେ ଫଟୋ ବି ସେୟାର କରିଛନ୍ତି ।

Get real time updates directly on you device, subscribe now.