fbpx

ଲୋକସଭା ନିର୍ବାଚନ ୨୦୨୪ ଦ୍ୱିତୀୟ ପର୍ଯ୍ୟାୟ : ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ତେବେ ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ ହୋଇଛି ବୋଲି ସୂଚନା ମିଳିଛି । ଛତିଶଗଡ଼ ଓ ତ୍ରିପୁରାରେ ସର୍ବାଧିକ ୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୧୮.୮ ପ୍ରତିଶତ ମତଦାନ ହୋଇଛି ।

ଯଦି ଏହି ମତଦାନକୁ ୨୦୧୯ ସାଧାରଣ ନିର୍ବାଚନ ସହ ତୁଳନା କରାଯାଏ ତେବେ ଦିନ ୧୧ଟା ସୁଦ୍ଧା ଏହି ୧୩ଟି ରାଜ୍ୟରେ ୨୫.୬ ପ୍ରତିଶତ ମତଦାନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସୂଚନା ମିଳିଛି ଯେ, ଏହି ୧୩ଟି ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ ହୋଇଛି ।

କୁହାଯାଉଛି ଯେ, ଏହି ମତଦାନ ହାର ଅପରାହ୍ଣରେ ଅଧିକ ହେବ । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଶଶି ଥରୁରଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେହିପରି ବିଜେପିର ଚଳଚ୍ଚିତ୍ର ତାରକା ପ୍ରାର୍ଥୀ ହେମା ମାଳିନୀ ଓ ଅରୁଣ ଗୋଭିଲଙ୍କ ଭାଗ୍ୟ ଆଜି ଇଭିଏମରେ କଏଦ ହେବ ।

 

Get real time updates directly on you device, subscribe now.