fbpx

(Video) ରିଙ୍କୁ ସିଂହ ପାଇଲେ ‘ବଡ଼ ସଫଳତା’: କିଙ୍ଗ କୋହଲି ଦେଲେ ସ୍ପେଶାଲ ଗିଫ୍ଟ

ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ ଯେତିକି ରୋମାଞ୍ଚ ଥାଏ ପଡ଼ିଆ ବାହାରେ ଖେଳାଳିମାନଙ୍କର ମସ୍ତି ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପ୍ରାୟତଃ ଖେଳାଳି ପରସ୍ପର ଭିତରେ ମସ୍ତି କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୋଲକାତା ନାଇଟ ରାଇଡର୍ସ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହଙ୍କର ଏହି ଭିଡିଓ ଫ୍ୟାନ୍ସମାନଙ୍କ ହୃଦୟ ଜିତିପାରିଛି । ରିଙ୍କୁ ସିଂହ ନିଜ ଲକ୍ଷ୍ୟରେ ସଫଳ ହୋଇଥିବା ବେଳେ ବିରାଟ ତାଙ୍କୁ ଆଉ ସ୍ପେଶାଲ ଗିଫ୍ଟ ଦେଇଥିବା ଭିଡିଓରେ ଦେଖାଯାଇଛି ।

ନିଜ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟରେ ସଫଳତା ପାଇବା ପରେ ନିଜ ଖୁସି ଜାହିର କରିଛନ୍ତି କୋଲକାତା ବ୍ୟାଟର ରିଙ୍କୁ ସିଂ । ବିରାଟ କୋହଲିଙ୍କ ପାଖରୁ ଶେଷରେ ଆଉ ଏକ ନୂଆ ବ୍ୟାଟ ପାଇଛନ୍ତି ରିଙ୍କୁ । ଇଡେନ୍ ଗାର୍ଡେନ୍ସରେ କୋଲକାତା ଏବଂ ବେଙ୍ଗଲୁରୁ ମଧ୍ୟରେ ହୋଇଥିବା ମ୍ୟାଚ ପରଠାରୁ ରିଙ୍କୁ ଲଗାତାର ବିରାଟଙ୍କୁ ନୂଆ ବ୍ୟାଟ୍ ମାଗୁଥିଲେ । ତେବେ ଏହି ମାମଲା ଗତ କିଛି ଦିନରୁ ଚର୍ଚ୍ଚାରେ ରହିଛି । କୋଲକାତାରେ ଉଭୟ ଟିମ୍ ମୁହାଁମୁହିଁ ହେବା ପୂର୍ବରୁ ରିଙ୍କୁ ଏବଂ ବିରାଟଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ରିଙ୍କୁ ବିରାଟଙ୍କୁ କହୁଛନ୍ତି ଯେ, ବିରାଟ ପ୍ରଥମେ ଦେଇଥିବା ବ୍ୟାଟ ଭାଙ୍ଗି ଯାଇଛି । ତେଣୁ ସେ ଏକ ନୂଆ ବ୍ୟାଟ୍ ପାଇଁ ବିରାଟଙ୍କୁ କହିଥିଲେ । ତେବେ ମ୍ୟାଚ ପରେ ରିଙ୍କୁ ଏଥିପାଇଁ କୋହଲିଙ୍କ ପିଛା ମଧ୍ୟ କରିଥିଲେ ।

ବର୍ତ୍ତମାନ ଆଉ ଏକ ଭିଡିଓରେ ଦେଖାଯାଇଛି ଯେ, ରିଙ୍କୁଙ୍କର ଏହି ଇଚ୍ଛା ପୂରଣ ହୋଇଛି । କିଙ୍ଗ କୋହଲି ତାଙ୍କୁ ଆଉ ଏକ ନୂଆ ବ୍ୟାଟ୍ ଗିଫ୍ଟ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି । ଯେଉଁଥିରେ ଦେଖାଯାଇଛି ଯେ, ବିରାଟ କୋହଲି ତାଙ୍କୁ ଆଉ ଏକ ବ୍ୟାଟ୍ ଗିଫ୍ଟ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.