fbpx
BSKY
BJD SHG SKY
BJD MC SKY

ITI ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ: ECILରେ ବମ୍ପର ଭ୍ୟାକେନ୍ସୀ, ବିନା ପରୀକ୍ଷାରେ ଏହି ସବୁ ପଦରେ ମିଳିବ ନିଯୁକ୍ତି

ଇଲେକ୍ଟୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ(ECIL) ରେ ଇଲେକ୍ଟ୍ରୋନିକ୍ସ ମେକାନିକ୍, ଇଲେକ୍ଟ୍ରିସିଆନ ଏବଂ ଫିଟର ପାଇଁ ଜୁନିୟର ଟେକନିସିଆନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ସବୁ ପଦରେ ଆବେଦନ କରିବାକୁ ଚାହୁଥିବା ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଇସିଆଇଏଲର ଅଫିସିଆଲ ୱେବସାଇଟ ecil.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ ପାଇଁ ଆବେଦନ ପ୍ରକ୍ରି୍ରୟା ଆରମ୍ଭ ହୋଇସାରିଛି । ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୧୬୨୫ ଖାଲି ପଦବୀ ରହିଛି ।

ଆବେଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ତାରିଖ ୧ ଏପ୍ରିଲ ୨୦୨୨

ଅନଲାଇନ ଆବେଦନ ଶେଷ ତାରିଖ-୧୧ ଏପ୍ରିଲ ୨୦୨୨

ଏହି ସବୁ ପୋଷ୍ଟ ପାଇଁ ରହିଛି ଆବେଦନ:

ଇଲେକ୍ଟ୍ରୋନିକ୍ସ ମେକାନିକ୍-୮୧୪

ଫିଟର-୬୨୭

ଇଲେକ୍ଟ୍ରିସିଆନ-୧୮୪

ଯୋଗ୍ୟତା:

ଆଶାୟୀଙ୍କୁ ଇଲେକ୍ଟ୍ରୋନିକ୍ସ ମେକାନିକ୍/ ଇଲେକ୍ଟ୍ରିସିଆନ/ ଫିଟର ପଦ ପାଇଁ ଆଇଟିଆଇ (୨ ବର୍ଷ) ପାସ୍ ହୋଇଥିବା ଦରକାର । ଏହା ସହ ଏହି ସବୁ କ୍ଷେତ୍ରରେ ଅନୁଭବ ରହିଥିବା ଦରକାର ।

ବୟସ ସୀମା, ଦରମା ଏବଂ ଚୟନ ପ୍ରକ୍ରିୟା:

ଆଶାୟୀଙ୍କ ବୟସ ୩୦ ବର୍ଷ ହୋଇଥିବା ଦରକାର । ଆଇଟିଆଇ ମାର୍କ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ମାଧ୍ୟମରେ ଚୟନ କରାଯିବ । ଚୟନ ହେବା ପରେ ଦରମା ୨୦,୪୮୦ ରୁ ଆରମ୍ଭ ରହିଛି ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା କ୍ଲିକ କରି ଆବେଦନ କରିପାରିବେ କିମ୍ବା ଏହି ଲିଙ୍କ ଦ୍ୱାରା କ୍ଲିକ୍ କରି ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.