fbpx
BSKY
BJD SHG SKY
BJD YOUTH SKY

BSFରେ ବମ୍ପର ନିଯୁକ୍ତି ସୁଯୋଗ: ୧୩୧୨ ହେଡ୍ କନଷ୍ଟେବଳଙ୍କ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ୧୩୧୨ ହେଡ କନଷ୍ଟେବଲ ପଦବୀ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ rectt.bsf.gov.in ରେ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏହି ପଦ ପାଇଁ କେବଳ ଦ୍ୱାଦଶ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତିରେ ମୋଟ ୧୩୧୨ ଟି ପଦବୀ ରହିଛି ଯେଉଁଥିରେ ୯୮୨ ଟି ପଦବୀ ହେଡ କନଷ୍ଟେବଲ (ରେଡିଓ ଅପରେଟର) ଏବଂ ଅବଶିଷ୍ଟ ୩୩୦ ଟି ପଦବୀ ହେଡ କନଷ୍ଟେବଲ (ରେଡିଓ ମେକାନିକ) ପଦ ପାଇଁ ଅଛି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିବାକୁ ଲିଙ୍କ୍ ୨୧ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ବର୍ତ୍ତମାନ ୧୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏଥିରେ ଆବେଦନ କରିପାରିବେ।

BSF କନଷ୍ଟେବଲ୍ ପଦବୀରେ ଆବେଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ-
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ – ୨୧ ଅଗଷ୍ଟ ୨୦୨୨।
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୧୯ ସେପ୍ଟେମ୍ବର ୨୦୨୨।
ଲିଖିତ ପରୀକ୍ଷଣର ସମ୍ଭାବ୍ୟ ତାରିଖ – ୨୦ ନଭେମ୍ବର ୨୦୨୨।

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା, PET / PST, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପରେ ପ୍ରାର୍ଥୀ ଚୟନ କରାଯିବ।ପ୍ରଥମ ପର୍ଯ୍ୟାୟରେ ଦୁଇ ଘଣ୍ଟାର ଲିଖିତ ପରୀକ୍ଷା କରାଯିବ।

ଶିକ୍ଷାଗତ ଯୋଗ୍ୟତା:
ବିଏସ୍ଏଫ୍ ହେଡ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ, ପ୍ରାର୍ଥୀଙ୍କର ସମ୍ପୃକ୍ତ ବିଷୟରେ ITI ସାର୍ଟିଫିକେଟ୍ ସହିତ ୧୦ + ୨ ପାସ କରିଥିବା ଜରୁରୀ। ଆବେଦନ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ବିସ୍ତୃତ ସୂଚନା ପାଇଁ, ପ୍ରାର୍ଥୀମାନେ ଏଠାରେ ଦିଆଯାଉଥିବା ନିଯୁକ୍ତି ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ।

ବୟସ ସୀମା- ୧୮ ରୁ ୨୫ ବର୍ଷ ରହିଛି। ସଂରକ୍ଷିତ ବର୍ଗ ମଧ୍ୟ ନିୟମ ଅନୁଯାୟୀ ଆଶ୍ବସ୍ତି ପାଇବେ।

ଦରମା -ମନୋନୀତ ପ୍ରାର୍ଥୀମାନେ ମାସକୁ ୨୫୫୦୦ ରୁ ୮୧୧୦୦ ଟଙ୍କା ପାଇବେ।

 

Get real time updates directly on you device, subscribe now.