fbpx

ହାତରେ ତିରଙ୍ଗା ଧରି ନେହୁରା ହେଉଥିଲେ ଯୁବକ: ଶୁଣିଲେଣି… ପିଟିଚାଲିଲେ ଏଡିଏମ୍…

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ପାଟନା ଏଡିଏମ କେ କେ ସିଂହଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ସେ ତିରଙ୍ଗା ଧରିଥିବା ଜଣେ ଯୁବକଙ୍କୁ ନିସ୍ତୁକ ଭାବରେ ପିଟୁଥିବାର ଦେଖାଯାଉଛନ୍ତି । ଯେତେବେଳେକି ଯୁବକ ଜଣେ ତଳେ ପଡ଼ିଯାଇଥିଲେ, ଏବଂ ତାଙ୍କ ହାତରେ ତିରଙ୍ଗା ମଧ୍ୟ ରହିଥିଲା । ଏଡିଏମଙ୍କ ଲାଠିଚାର୍ଜରେ ଯୁବକ ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ଟ୍ୱିଟରରେ ଏହି ଭିଡିଓକୁ ଶେୟାର କରିବା ସହ ଲୋକେ ଏଡିଏମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ଡାକ ବଙ୍ଗଳା ଛକଠାରେ ଟିଚର ପରୀକ୍ଷାର୍ଥୀ ପ୍ରଦର୍ଶନ କରୁଥିଲେ । ପ୍ରଦର୍ଶନକାରୀଙ୍କ କହିଥିଲେ ଯେ ୨୦୧୯ ରୁ ଚାକିରିରେ ନିଯୁକ୍ତି ପାଇଁ ଅପେକ୍ଷା କରୁଛନ୍ତି । କିନ୍ତୁ ସରକାର ଆଶ୍ୱସନା ଦେଇଆସୁଛନ୍ତି, ଫଳରେ ସେମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆଉ ଏହି ହଟ୍ଟଗୋଳ ମଧ୍ୟରେ ପୋଲିସ ଲାଠିଚାର୍ଜ କରି ଭିଡ଼କୁ ହଟାଇବାକୁ ଲାଗିଥିଲା ।

ସେଠାରୁ ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଏଡିଏମ ନିଜେ ଆସିଥିଲେ ଏବଂ ଉକ୍ତ ଯୁବକ ମିଡିଆ ସହ କଥାବାର୍ତ୍ତା ହେଉଥିବା ସମୟରେ ପିଟିଥିଲେ । ପ୍ରଦର୍ଶନକାରୀଙ୍କ ହାତରେ ତିରଙ୍ଗା ଥିଲା ସେ ତିରଙ୍ଗା ଆଗକୁ କରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଡିଏମଙ୍କ ଲାଠିଚାର୍ଜ ଜାରି ରହିଥିଲା ଏବଂ ମାଡ଼ରେ ବ୍ୟକ୍ତି ଜଣକ ଲହୁଲୁହାଣ ହୋଇଯାଇଥିଲା ।

ଏହି ଘଟଣାର ଭିଡିଓ ଶେୟାର କରିବା ସହ ଲୋକମାନେ ଏଡିଏମ ଗୁଣ୍ଡାଗିରି କରୁଛନ୍ତି ବୋଲି କହିଛନ୍ତି । ଏଡିଏମଙ୍କ ଉପରେ ଶିକ୍ଷକ ଆଶାୟୀଙ୍କୁ ପିଟିବା , ଏବଂ ତିରଙ୍ଗାର ଅପମାନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବିକରୁଛନ୍ତି ।

Get real time updates directly on you device, subscribe now.