fbpx

ଏଥର ପୃଥିବୀ ଧ୍ୱଂସ ହେବ! ଦ୍ରୁତ ଗତିରେ ମାଡି ଆସୁଛି ୨ଟି ଆଷ୍ଟ୍ରଏଡ, ପଛରେ ଆହୁରି ୩

କିଛି ଦିନ ତଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଚିଲ ଉଡୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି । ପୃଥିବୀ ଧ୍ୱଂସ ହେବାର ଆଉ ଏକ ସଂକେତ ବୋଲି କୁହାଯାଉଛି । ସେପଟେ ପୃଥିବୀ ଆଡକୁ ଏକ ଭୟଙ୍କର ବିପଦ ମାଡି ଆସୁଥିବା ସୂଚନା ମିଳିଛି । ଗୋଯିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୫ଟି ଆଷ୍ଟ୍ରଏଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବୋଲି ଜାଣିବାକୁ ମିଳିଛି । ଏହାପରେ ଲୋକଙ୍କ ମନରେ ପୃଥିବୀ ଧ୍ୱଂସ ହେବାର ଭୟ ଆହୁରି ବଢିଯାଇଛି ।

ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ୨୦୨୨ କ୍ୟୁଭି ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ନିକଟ ଦେଇ ଗତି କରିବାକୁ ଯାଉଛି । ପୃଥିବୀର ମାତ୍ର ୮.୪ ମିଲିୟନ କିଲୋମିଟର ନୂରରେ ଗତି କରିବ ଏହି ଆଷ୍ଟ୍ରଏଡ । ଏହାବ୍ୟତୀତ ଆହୁରି ୪ଟି କ୍ଷୁଦ୍ର ଗ୍ରହ ପୃଥିବୀ ଆଡକୁ ଭୟଙ୍କର ଭାବେ ମାଡି ଆସୁଛନ୍ତି ।

କ୍ଷୁଦ୍ରଗ୍ରହ ୨୦୨୨ କ୍ୟୁ ଡବ୍ଲ୍ୟୁ ୩: ୨୨ ଅଗଷ୍ଟରେ ଏହି ଗ୍ରହ ପୃଥିବୀରୁ ପ୍ରାୟ ୫.୩୯ ମିଲିୟନ କି.ମି ଦୂରତା ଦେଇ ଗତି କରୁଛି । ଏହାର ଆକାର ଏକ ବିମାନ ସଦଶ ହେବ ବୋଲି ଅନୁମାନ କରାଯାଉଛି । ତେବେ ୨୩ ତାରିଖରେଏହା ପୃଥିବୀର ଆହୁରି ନିକଟତର ହେବ । ଏମାନଙ୍କ ମଧ୍ୟରେ ଦୂରତା ୧୦.୭୧ ମିଲିୟନ କି.ମି ରହିବ ।

୨୦୨୨ କ୍ୟୁ ଏମ: ଆଉ ଏକ ଆଷ୍ଟ୍ରଏଡ ମଧ୍ୟ ପୃଥିବୀ ନିକଟ ଦେଇ ଗତି କରିବ । କୋଠା ଆକାରର ଏହି କ୍ଷୁଦ୍ରଗ୍ରହ ପୃଥିବୀରୁ ପ୍ରାୟ ୭.୧୯ ମିଲିୟନ କି.ମି ୫ କି.ମି/ସେକେଣ୍ଡ ଗତିରେ ଅତିକ୍ରମ କରିବ । ତେବେ ଚଳିତବର୍ଷ ପରେ ଏହା ହୁଏତ ଆସନ୍ତା ୨୦୭୬ ମସିହାରେ ପୃଥିବୀର ଏତେ ନିକଟତର ହୋଇପାରିବ ।

ଏମାନଙ୍କ ବ୍ୟତୀତ ପୃଥିବୀକୁ ଆହୁରି ୨ ଆଷ୍ଟ୍ରଏଡ(୨୦୧୫ କ୍ୟୁ ଏଚ ୩ ଏବଂ କ୍ୟୁ ଏକ୍ସ) ପୃଥିବୀ ମୁହାଁ ହେଉଛନ୍ତି । ଯାହା ପୃଥିବୀ ପାଇଁ ବିପଦର ସଂକେତ ବୋଲି କୁହାଯାଉଛି । ତେବେ ଏହି ଘଟଣା ଜଣା ପଡିବା ପରେ ପୃଥିବୀ କ’ଣ ସତରେ ଧ୍ୱଂସ ହେବ ବୋଲି ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.