fbpx

ସୈନିକ ସ୍କୁଲରେ ବାହାରିଛି ଅନେକ ପଦ, ପଦବୀ: ଆଶାୟୀ ୱେବସାଇଟରେ କରିପାରନ୍ତି ଆବେଦନ

ନୂଆଦିଲ୍ଲୀ: ବେରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏହି କ୍ଷେତ୍ରରେ ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ । ତେଣୁ ଆର୍ମୀ ପବ୍ଲିକ ସ୍କୁଲରେ ବାହାରିଥିବା ଶିକ୍ଷକ ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ ।

ଏହି ପଦ ସ୍ନାତକୋତ୍ତର ଶିକ୍ଷକ, ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ, ପ୍ରାଥମିକ ଶିକ୍ଷକ, ଲାବରେଟୋରିଆନ, ଲ୍ୟାବ ଆସିଷ୍ଟାଣ୍ଟ, ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର, କ୍ଲର୍କ ଓ ଆକାଉଣ୍ଟାଣ୍ଟ ପାଇଁ ରହିଛି । ମୁଖ୍ୟତଃ ରାଞ୍ଚି, ପାନାଗଡ, ଲକ୍ଷ୍ନୌ ଆର୍ମୀ ସ୍କୁଲ ପାଇଁ ବାହାରିଛି । ଆବେଦନ କରିବାକୁ ହେଲେ ସ୍କୁଲର ଆଧିକାରିକ ୱେବସାଇଟ awesindia.comକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ ।

ଏହି ସବୁ ପଦବୀ ପାଇଁ ଇଛା ରଖୁଥିଲେ କିଛି ମୌଳିକ ତଥ୍ୟ ଜାଣି ରଖନ୍ତୁ । ସିଲେକ୍ସନ ପାଇଁ ବିଭିନ୍ନ ଚରଣର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ପ୍ରଥମେ ଆଶାୟୀ ଲିଖିତ ପରୀକ୍ଷା ଦେବେ । ତା ପରେ ଇଣ୍ଟର୍ଭ୍ୟୁ ଦେବାକୁ ହେବ । ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଟିଚିଂ ସ୍କିଲ୍ ଓ କମ୍ପ୍ୟୁଟର ଜ୍ଞାନ ଆଧାରରେ ଚୟନ କରାଯିବ ।

ପିଆରଟି ପଦ ପାଇଁ ଆଶାୟୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅନ୍ୟୁନ୍ ୫୦ ପ୍ରତିଶତ ମାର୍କ ସହ ସ୍ନାତକ ହୋଇଥିବା ନିତାନ୍ତ ଜରୁରୀ । ଏଥିସହ ଦୁଇ ବର୍ଷର ଡିଏଲଏଡ/ ବିଏଲଏଡ କରିବା ଆବଶ୍ୟକ । ଏଥିସହ ଏହି ପଦ ପାଇଁ କ୍ୟାଣ୍ଡିଡେଟଙ୍କର ମାଷ୍ଟର ଡିଗ୍ରୀ ଆବଶ୍ୟକ । ଟିଜିଟି ପାଦଗୁଡିକ ପାଇଁ ସମ୍ବନ୍ଧିତ ବିଷୟରେ ଆଶାୟୀ ଗ୍ରାଜୁଏଟ ହୋଇଥିବେ ।

ଏହା ବ୍ୟତୀତ ଆର୍ମୀ ପବ୍ଲିକ ସ୍କୁଲ ପାଇଁ ବାହାରିଥିବା ପଦଗୁଡକ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ ୱେବସାଇଟ ଭିଜିଟ କରିବା ଜରୁରୀ ।

Get real time updates directly on you device, subscribe now.