fbpx

ନିମନ୍ତ୍ରିତ ଅତିଥି ଭାବେ ବାହାଘର ଭୋଜିକୁ ଯାଇ ଲୁଟୁଛନ୍ତି ଲୁଟେରା

Advertisement

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ସଂଖ୍ୟା । ଏହି ଲୁଟେରା କେତେବେଳେ ରାସ୍ତାରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ ଆପାର୍ଟମେଣ୍ଟରୁ ଲୁଟ କରୁଛନ୍ତି। ଏହା ସହ ଲୁଟ କରିବାର ନୂଆ ନୂଆ ଉପାୟ ମଧ୍ୟ ଆପଣାଉଛନ୍ତି। ଆଉ ବର୍ତ୍ତମାନ ସେମାନଙ୍କ ଟାର୍ଗେଟରେ ବିବାହ ମଣ୍ଡପ ରହୁଥିବା ଜଣାପଡିଛି । ବିଭିନ୍ନ ବଡ ବଡ ମଣ୍ଡପରେ ହେଉଥିବା ବାହାଘର ଭୋଜିକୁ ବରଯାତ୍ରୀ ବେଶରେ ଯାଇ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବିବାହ କାର୍ଯ୍ୟକ୍ରମରେ ଲୋକେ ବ୍ୟସ୍ତ ରହୁଥିବା ବେଳେ ଲୁଟେରାମାନେ ଏହାର ଫାଇଦା ଉଠାଉଛନ୍ତି। ନିମନ୍ତ୍ରିତ ଅତିଥି ଭାବେ ସେମାନେ ବିବାହ ମଣ୍ଡପକୁ ପ୍ରବେଶ କରି ସେଠାରୁ ଲୁଟ କରୁଛନ୍ତି।

ନିକଟରେ ବଡଗଡ ଥାନା ଅଞ୍ଚଳର ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହା ସହ ଲୁଟ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ବରଯାତ୍ରୀରେ ଆସି ମଣ୍ଡପରେ ପଶିବା ସହ ସୁଯୋଗ ଦେଖି ଉପହାର ଓ ଟଙ୍କା ଖାମ୍‍ ନେଇ ଲୁଟେରା ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.