fbpx
BSKY SKY
BSKY SKY

ଆହତ ନା ଦଳରୁ ବାଦ୍ ପଡ଼ିଲେ ଶ୍ରେୟସ: IND vs ENG ଶେଷ ୩ଟି ଟେଷ୍ଟରେ ମିଳିଲାନି ସୁଯୋଗ

BSKY

ନୂଆଦିଲ୍ଲୀ: ଫେବୃଆରୀ ୧୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଆରମ୍ଭ କରିବ ଟିମ ଇଣ୍ଡିଆ । ଏହାପୂର୍ବରୁ ସିରିଜର ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । କିନ୍ତୁ ଏହି ଦଳରେ ପୂର୍ବତନ ଅଧିନାୟକ ବିରାଟ କୋହଲି କମବ୍ୟାକ କରୁନାହାନ୍ତି । ତାଙ୍କ ସହିତ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ତେବେ କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଫେରିବାକୁ ନେଇ ଦଳ ଆଶାବାଦୀ ରହିଛି । କିନ୍ତୁ ଶ୍ରେୟସଙ୍କୁ ଦଳରେ ସ୍ଥାନ ନ ମିଳିବା ନେଇ ଏବେ ପ୍ରଶ୍ନ ଉଠିଛି । କାହିଁକି ତାଙ୍କୁ ଶେଷ ୩ଟି ମ୍ୟାଚରେ ସୁଯୋଗ ଦେଇନି ବିସିସିଆଇ? ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ପାଇଁ ବିସିସିଆଇର ନୂଆ ଦଳରେ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିନାହିଁ । ତେବେ ରିପୋର୍ଟରୁ ଜଣାଯାଇଛି ଯେ, ସେ ଆହତ ସମସ୍ୟା ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ଗୋଇନରେ ଯନ୍ତ୍ରଣ ହେଉଥିବା ନେଇ ସେ ଟିମ ମ୍ୟାନେଜମେଣ୍ଟକୁ ଅବଗତ କରାଇଥିଲେ । ତେଣୁ ଏହି ୩ଟି ମ୍ୟାଚରେ ବିସିସିଆଇ ତାଙ୍କୁ ଦଳରୁ ବାଦ୍ ଦେଇଛି । କିନ୍ତୁ ଅନେକ କ୍ରିକେଟ ସମାଲୋଚକ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି । ବୋର୍ଡ ଶ୍ରେୟସଙ୍କୁ ଦଳରୁ ବାଦ୍ ଦେଇଥିବା ଆଲୋଚନା କରାଯାଉଛି । ଖରାପ ଫର୍ମ ଦେଇ ଗତି କରୁଥିବା ଶ୍ରେୟସ ଅନେକ ମ୍ୟାଚରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ପ୍ରଥମ ୨ଟି ଟେଷ୍ଟରେ ବିଫଳ ହୋଇଛନ୍ତି ଶ୍ରେୟସ । ଏହି ୨ଟି ମ୍ୟାଚରେ ସେ ମୋଟ ୨୭ ଏବଂ ୨୯ ରନ୍ ସଂଗ୍ରହ କରିଛନ୍ତି । ତେଣୁ ତାଙ୍କୁ ଆଗାମୀ ୩ଟି ମ୍ୟାଚ ପାଇଁ ଦଳରେ ଚୟନ କରାଯାଇ ନାହିଁ ।

IND vs ENG: Shreyas Iyer Sidelines with stiff back and groin pain, expects  to sit out remaining three Tests

ତେବେ ରିପୋର୍ଟ ଅନୁସାରେ ଶ୍ରେୟସ ଆହତ ଥିବା ବେଳେ ଏବେ ବେଙ୍ଗଲୁରୁର ନେସନାଲ କ୍ରିକେଟ ଏକାଡେମୀକୁ ଯାଇ ସେଠାରେ ଅଭ୍ୟାସରତ ରହିବେ । ସେ କେତେ ଦିନ ମଧ୍ୟରେ ସୁସ୍ଥ ହୋଇ ଦଳକୁ କମବ୍ୟାକ କରିବେ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଶ୍ରେୟସଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ତେବେ ଆଗାମୀ ମ୍ୟାଚରେ ସରଫରାଜଙ୍କ ଖେଳିବା ଏକପ୍ରକାର ନିଶ୍ଚିତ କୁହାଯାଇପାରେ । ଏହାସହିତ ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଦଳକୁ କମବ୍ୟାକ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, କେ.ଏଲ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ୍, ଧ୍ରୁବ ଜୁରେଲ, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।

Get real time updates directly on you device, subscribe now.