fbpx

ବସ୍ ପୋଡି ଘଟଣାରେ କଣ କହିଲେ ଗଞ୍ଜାମ ଜିଲ୍ଲାପାଳ ?

ବ୍ରହ୍ମପୁର,୯ ।୨(ଓଡିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ବରଯାତ୍ରୀ ବସ୍ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରେଣ୍ଟ ଲାଗିବାରୁ ୨୫ ଜଣ ଲୋକ ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ପଠାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମ ନିକଟସ୍ଥ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ  ୯ଜଣଙ୍କର ମୃତ୍ୟୁ ହୋଇଥିଲା  । ଅନ୍ୟ ୨୫ ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଓ ନିଜ ଗାଡ଼ିରେ ଆହତଙ୍କୁ ମେଡ଼ିକାଲ ପଠାଇଛନ୍ତି ଜିଲ୍ଲାପାଳ । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଉପସ୍ଥିତ ରହିଥିଲେ । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.