fbpx

ଆସନ୍ତା ରବିବାର ସାରା ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ, ଅଟୋ ବନ୍ଦ ନେଇ ଖୁବଶୀଘ୍ର ନିଷ୍ପତ୍ତି

Advertisement

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତା ୨୨ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଜନତା କର୍ଫ୍ୟୁ କରାଯାଉଥିବାରୁ ରାଜ୍ୟବାସୀ ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟରେ ବସ୍ ଚଳାଚଳକୁ ବନ୍ଦ୍ କରିବାକୁ ସଙ୍ଘ ନିଷ୍ପତ୍ତି ନେଇଛି । ରବିବାର ଦିନ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ବସ ସଙ୍ଘର ଜଣେ ବରିଷ୍ଠ ସଦସ୍ୟ ସୂଚନା ଦେଇଛନ୍ତି । ରବିବାର ସମସ୍ତ ବସ ବନ୍ଦ ରହିବ ଓ ସେମବାର ସକାଳୁ ସ୍ୱାଭାବିକ ଭାବେ ଗାଡ଼ି ଚଳାଚଳ କରିବ ବୋଲି ସେ କହିଛନ୍ତି । ସେହିପରି ଅଟୋ, ରିକ୍ସା ମହାସଙ୍ଘ ମଧ୍ୟ ସେବା ବନ୍ଦ ରଖିବାକୁ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ରବିବାର ଦିନ ସକାଳ ୭ଟାଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଜରୁରୀ ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ୍ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ସେ ଅନୁରୋଧ କରିିଥିଲେ । ଗାଡ଼ିମୋଟର ସହ ଦୋକାନ-ବଜାର ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ନିବଦେନ କରିଛନ୍ତି । ଜନତା କର୍ଫ୍ୟୁ ପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.