fbpx

ବଢିଲା ବସ୍ ଭଡା

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଆଜିଠାରୁ ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ କି.ମି ପିଛା ୧ ପଇସା ବଢାଯାଇଛି । ସେହିପରି ଡିଲକ୍ସ ଓ ଏସି କି.ମି ପିଛା ୨ ପଇସା ବଢିଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି ।

ତେବେ ବସ୍‌ ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ବସ୍‌ ଭଡ଼ା ବଢ଼ାଇବା ଦ୍ୱାରା ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି । ଡିଜେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । ଗତବର୍ଷ ଜୁଲାଇ ମାସରେ ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପ୍ରତି ୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ପାଇଥିଲା।

Get real time updates directly on you device, subscribe now.