fbpx

ସଟଡ଼ାଉନ ବେଳେ ଚାଲିବ ବସ୍

ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ସତର୍କତା ଦୃଷ୍ଟିରୁ ୧୧ଜିଲ୍ଲାରେ ଜୁନ ୩୦ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ । ଏହି ସମୟରେ କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ । ଏହାସହ ସଟଡାଉନ ସମୟରେ ବସ୍ ମଧ୍ୟ ଚଳାଚଳ କରିବ । ବିମାନବନ୍ଦର, ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡ ମଧ୍ୟରେ ଘରୋଇ ବସ୍ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି । ଫଳରେ ବିମାନବନ୍ଦର ଓ ରେଳଷ୍ଟେସନକୁ ଯିବାକୁ ଥିବା ଯାତ୍ରୀମାନେ ଆରାମରେ ଯାତାୟତ କରିପାରିବେ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.