fbpx

କାଲିଠାରୁ ରାଜ୍ୟରେ ଗଡିବନି ବସ୍

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ଆଉ ଗଡିବନି ବସ୍ । କାଲି ଦିନ ୧୧ଟାରୁ ସମସ୍ତ ବସ୍ ସେବା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଜି ରାତି ୧୨ଟାରୁ ସିଟି ବସ୍ ଚଳାଚଳ ବନ୍ଦ ରହିବ ।

ତେବେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.