fbpx

ଟ୍ରକ-ବସ୍ ଧକ୍କାରେ ୨୦ ମୃତ

ତାମିଲନାଡୁ,୨୦ ।୨ : ତାମିଲନାଡୁରେ କୋଏମ୍ବାଟୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୪୫ ଯାତ୍ରୀ ଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଥିବା ପୋଲିସ କହିଛି ।

ତେବେ କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‌ କର୍ଣ୍ଣାଟକର ବେଙ୍ଗାଲୁରୁରୁ କେରଳର ଏର୍ଣ୍ଣାକୁଲମ ଯାଉଥିଲା । ତିରୁପୁର ଜିଲାର ଅବିନାଶୀ ସହର ନିକଟରେ ଏକ ଟ୍ରକ୍‌ ସହିତ ବସ୍‌ଟି ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ ଯାତ୍ରୀମାନେ ଶୋଇଥିଲେ।

Get real time updates directly on you device, subscribe now.