fbpx

ବିଜେଡି ନେତ୍ରୀ ମୀନାକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଗଞ୍ଜାମର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆଜି ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ପୁଅର ଗିରଫଦାରି ପ୍ରତିବାଦରେ ସେ ଗତ ୧୨ ତାରିଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ମୀନାକ୍ଷୀ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ଏମକେସିଜି ପରେ ଏସସିବିରେ ତାଙ୍କର ଚିକିତ୍ସା ଚାଲିଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

ଏସପି ଅଫିସ ସାମ୍ନାରେ କିରୋସିନି ଢାଳି ଦେହରେ ନିଆଁ ଲଗାଇଥିଲେ ମୀନାକ୍ଷୀ । ଏଥିରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି । ଜାନୁଆରି ୨୮ରେ ପାର୍କିଂ ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା, ଯେଉଁ ଘଟଣାରେ ମୀନାକ୍ଷୀଙ୍କ ପୁଅ ରାଜା ମିଶ୍ର ଓ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.