fbpx

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ବିନୟର ନୂଆ ଚାଲ୍, ଜେଲ୍ କାନ୍ଥରେ ପିଟିଲା ମୁଣ୍ଡ

ନୂଆଦିଲ୍ଲୀ,୨୦ ।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଦୋଷୀ ବିନୟ ଶର୍ମାର ନୂଆ ଚାଲ୍ । ଖବର ମୁତାବକ, ଦୋଷୀ ବିନୟ ଜେଲର କାନ୍ଥରେ ମୁଣ୍ଡ ବାଡେଇ ଫଟାଇବାକୁ ଉଦ୍ୟମ କରୁଥିଲା । ତିହାର ଜେଲ କାନ୍ଥରେ ମୁଣ୍ଡ ପିଟି ବିନୟ ସାମାନ୍ୟ ଆହତ ହୋଇଛି । ଏନେଇ ତାକୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଥିଲା । ଭଲ ହେବା ପରେ ପୁଣି ବିନୟକୁ ଜେଲକୁ ଅଣାଯାଇଛି ।

ତେବେ ବିନୟକୁ ତିହାର ଜେଲର ବ୍ୟାରେକ ନମ୍ବର ୩ ରେ ରଖାଯାଇଛି । ଗତ ୧୬ ଫେବ୍ରୁଆରିରେ ବିନୟ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଏକାସାଙ୍ଗରେ ମାର୍ଚ୍ଚ ୩ରେ ଫାଶୀ ଦିଆଯିବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

Get real time updates directly on you device, subscribe now.