ରାମ ମନ୍ଦିର ଟ୍ରଷ୍ଟ ପାଇଁ ନିଯୁକ୍ତ ହେଲେ ନୂଆ ଅଧ୍ୟକ୍ଷ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ,୧୯/୨: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ବସିଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି ନୃତ୍ୟ ଗୋପାଳ ଦାସ। ସେହିପରି ଚମ୍ପତ ରାୟ ରାମ ମନ୍ଦିର ଟ୍ରଷ୍ଟର ମହାମନ୍ତ୍ରୀ ହୋଇଥିବା ବେଳେ ନିର୍ମାଣ ସମିତିର ଅଧ୍ୟକ୍ଷ ହୋଇଛନ୍ତି ନୃପେନ୍ଦ୍ର ମିଶ୍ରା। ୧୫ ଦିନ ମଧ୍ୟରେ ଅଯୋଧ୍ୟାରେ ବସିବ ଟ୍ରଷ୍ଟର ପରବର୍ତ୍ତୀ ବୈଠକ । ବୈଠକରେ ମନ୍ଦିର ନିର୍ମାଣ ତାରିଖ ସ୍ଥିର ହୋଇପାରେ ବୋଲି ଜଣାପଡିଛି ।

ତେବେ ନୃତ୍ୟ ଗୋପାଳ ଦାସଙ୍କ ଆଉ ଏକ ପରିଚୟ ହେଉଛି ସେ ବିଶ୍ୱ ହିନ୍ଦୁ ପରିଷଦର ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ। ସେହିପରି ବିଶ୍ୱ ହିନ୍ଦୁ ପରିଷଦର ଆଉ ଜଣେ ଟପ ସଦସ୍ୟ ଚମ୍ପତ ରାୟଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଉପାଧ୍ୟକ୍ଷ ଓ ପୁଣେର ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କୁ କୋଷାଧ୍ୟକ୍ଷ କରାଯାଇଛି।

Get real time updates directly on you device, subscribe now.