କ୍ଷମତାସମ୍ପନ୍ନ ‘ପ୍ରଯୁକ୍ତି ଗୋଷ୍ଠୀ’ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ,୧୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି। ଏଥିରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରାଯାଇଛି । ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ନୀତିଗତ ପରାମର୍ଶ ଦେବା, ପ୍ରଯୁକ୍ତି ଉତ୍ପାଦର ମ୍ୟାପିଂ, ଜାତୀୟ ବିଜ୍ଞାନାଗାର, ସରକାରୀ ଗବେଷଣା ଓ ବିକାଶ ସଂଗଠନଗୁଡ଼ିକରେ ବିକଶିତ ହୋଇଥିବା ଦ୍ୱୈତ ପ୍ରୟୋଗ ପ୍ରଯୁକ୍ତିର ବ୍ୟବସାୟୀକରଣ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ସ୍ୱଦେଶୀ ରୋଡମ୍ୟାପ ବିକଶିତ କରିବା ଏବଂ ପ୍ରଯୁକ୍ତି ବିକାଶ ଲାଗି ଉପଯୁକ୍ତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚୟନ କରିବାର ଦାୟିତ୍ୱ ଏହି ଗୋଷ୍ଠୀକୁ ପ୍ରଦାନ କରାଯାଇଛି ।

Uttarakhand Govt.

ଏହା ସହ ୧୦ ହଜାର ନୂଆ କୃଷକ ଉତ୍ପାଦନ ସଙ୍ଗଠନ ବା ଏଫପିଓ ସ୍ଥାପନ ଓ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ୫ ବର୍ଷର ଅବଧି ଲାଗି ୪୪୯୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆଂକାକ୍ଷୀ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଏଫପିଓ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ଚାଷୀଙ୍କୁ ଋଣ, ବିପଣନ ଓ ପ୍ରଯୁକ୍ତି ସହାୟତା ମିଳିବ ।

ସେହିପରି ମହିଳାଙ୍କ ଗର୍ଭଧାରଣ ଅଧିକାର ସୁରକ୍ଷା ଲାଗି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦କୁ କ୍ୟାବିନେଟ୍ ଅନୁମୋଦନ କରିଛି ।