fbpx

RBI Minutes: ଖାଦ୍ୟ ମହଙ୍ଗାରୁ ମିଳିବନି ଏବେ ମୁକ୍ତି! ଆରବିଆଇ ଦେଲା ଚେତାବନୀ, ଜାଣନ୍ତୁ…

ଓଡିଶା ଭାସ୍କର: ବିତ୍ତ ମନ୍ତ୍ରାଳୟ ନିଜର ମାସିକ ରିପୋର୍ଟରେ କହିଛି ଯେ, ଖାଦ୍ୟର ଦରଦାମ୍ ପୂର୍ବାପେକ୍ଷା କମିବାରେ ଲାଗିଛି । ମହଙ୍ଗା ମଧ୍ୟ ଆଗାମୀ ଦିନରେ ଶୀଘ୍ର କମିବ ବୋଲି କହିଛି ଏହି ମନ୍ତ୍ରାଳୟ । ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ର କିଛି ଭିନ୍ନ କଥା କହିଛି । ଯାହା ବିତ୍ତ ମନ୍ତ୍ରାଳୟର ରିପୋର୍ଟ ସହ ତାଳମେଳ ଖାଉ ନାହିଁ । ଆରବିଆଇ କହିଛି ଯେ, ଖାଦ୍ୟ ମହଙ୍ଗାରୁ ଏତେ ଶୀଘ୍ର ଏବେ ମୁକ୍ତି ମିଳିବା ସମ୍ଭବ ନୁହେଁ । ଫଳରେ ଏହାକୁ ନେଇ ସଚେତନ ସହ ସତର୍କ ବି କରାଇଛି । ମନିଟାରୀ ପଲିସି (Monitary Policy)କୁ ଖାଦ୍ୟ ବସ୍ତୁର ଦରଦାମର ସମ୍ଭାବିତ ପ୍ରଭାବଠୁ ଦୂରେଇ ରଖି ଏହାକୁ କମ୍ କରିବାକୁ ପଡିବ ବୋଲି ଆରବିଆଇ ଚେତାବନୀ ଦେଇଛି ।

ବ୍ୟାଙ୍କିଙ୍ଗ ସେକ୍ଟରକୁ ରେଗୁଲେଟ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ୬-୮ ଅଗଷ୍ଟରେ ମନିଟାରୀ ପଲିସି କମିଟି ବୈଠକର ମିନିଟସ ଜାରି କରିଛି । ଏଥିରେ ଦରଦାମର ଏକ ଆକଳନ ରହିଛି । ଜୁଲାଇରେ ଖାଦ୍ୟ ବସ୍ତୁର ଦାମ ବଢିଥିବା ଏଥିରେ ପ୍ରକାଶ ପାଇଛି । ବୈଶ୍ୱିକ ପ୍ରଭାବ କାରଣରୁ ଅଶୌଧିତ ତେଲର ଦାମରେ ମଧ୍ୟ ଉତ୍ଥାନ-ପତ୍ତନ ଦେଖିବାକୁ ମିଳୁଛି । ଉପଭୋକ୍ତା ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛନ୍ତି ଓ ଘରୋଇ ସାମଗ୍ରୀର ମୂଲ୍ୟ ମଧ୍ୟ ଏବେ କମିବାର ନାଁ ନେବନି । ତ୍ରୈମାସିକ ଭାବରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜଣାଇଛନ୍ତି ।

Get real time updates directly on you device, subscribe now.