fbpx

ଦେଶରେ ୧ ଲକ୍ଷ କମ୍ପାନୀ ସଚିବ ଆବଶ୍ୟକ: ICSI, ୨୦୩୦ ସୁଦ୍ଧା ପୂରଣ ହେବ ତ! ନହେଲେ…

ଓଡିଶା ଭାସ୍କର: ଦ୍ରୁତଗତିର ଆର୍ଥିକ ବୃଦ୍ଧି ଓ କମ୍ପାନୀ ସଞ୍ଚାଳନର ଆବଶ୍ୟକତାକୁ ପାଥେୟ କରି ଭାରତରେ ୨୦୩୦ ସୁଦ୍ଧା ପ୍ରାୟ ୧ ଲକ୍ଷ କମ୍ପାନୀ ସଚିବର ଆବଶ୍ୟକତା ରହିଛି । କମ୍ପାନୀ ସଚିବଙ୍କ ଶୀର୍ଷ ନିକାୟ କରୁଥିବା ICSI ଏହା କହିଛି । ବର୍ତ୍ତମାନ ସମୟରେ ପ୍ରାୟ ୭୩ ହଜାରରୁ ଅଧିକ କମ୍ପାନୀ ସଚିବ ଅଛନ୍ତି ଓ ଏଥିରୁ ପ୍ରାୟ ୧୨ ହଜାର କାର୍ଯ୍ୟରତ ।

କହିରଖୁ, କମ୍ପାନୀ ସଚିବମାନେ ବିଭିନ୍ନ ସାମ୍ବିଧିକ ଆବଶ୍ୟତାକୁ ପୂର୍ଣ୍ଣ କରି କମ୍ପାନୀର ଅନୁପାଳନ ସହ ତାହାକୁ ଶୀର୍ଷକୁ ନେବା ପାଇଁ କାର୍ଯ୍ୟ କରନ୍ତି । ଭାରତୀୟ କମ୍ପାନୀ ସଚିବ ସଂସ୍ଥାନ (ଆଇସିଏସଆଇ) ର ଅଧ୍ୟକ୍ଷ ବି ନରସିହ୍ମନ କହିଛନ୍ତି ଯେ, ଅର୍ଥବ୍ୟବସ୍ଥାରେ ଢେର ପରିବର୍ତ୍ତନ ଆସିଛି ଓ କମ୍ପାନୀ ସଚିବମାନେ ଭାରତକୁ ଦୁନିଆରେ ସବୁଠୁ ମନପସନ୍ଦର ନିବେସ୍ଥଳ ଭାବରେ ଗଢି ତୋଳିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ।

ଭାରତୀୟ କମ୍ପାନୀ ସଚିବ ସଂସ୍ଥାନ (ଆଇସିଏସଆଇ)ର ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ୨୦୩୦ ସୁଦ୍ଧା ଏହି ଆବଶ୍ୟକତା ପୂରଣ ହେବା ନିତାନ୍ତ ଆବଶ୍ୟକ । ନହେଲେ ଭାରତରେ ନିବେଶ ପ୍ରଭାବିତ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରକାଶଥାଉ ଯେ, ଆଇସିଏସଆଇ ପ୍ରତିବର୍ଷ ପ୍ରାୟ ୨୫୦୦ ଲୋକଙ୍କୁ ସଦସ୍ୟତା ପ୍ରଦାନ କରିଥାଏ । ବିଭିନ୍ନ ଆକଳନ ଅନୁଯାୟୀ, ଭାରତରେ ୨୦୩୦ ସୁଦ୍ଧା ପ୍ରାୟ ୭ ହଜାର ଅରବ ଡଲାରର ଅର୍ଥବ୍ୟବସ୍ଥା ହେବାର ଅନୁମାନ କରାଯାଉଛି । ଫଳରେ ଏହି ସଚିବଙ୍କ ଆବଶ୍ୟକତା ରହିଛି ।

Get real time updates directly on you device, subscribe now.