fbpx
BSKY
BJD SHG SKY
BJD YOUTH SKY

ଯେଉଁ ଘରେ ଚାଲିଥିଲା ଦେହ ବ୍ୟବସାୟ, ରୁମ୍ ବାହାରେ ଲାଗିଥିଲା ପୋଲିସର ବୋର୍ଡ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ୫ ସେପ୍ଟେମ୍ବରରେ ଏକ ବଡ଼ ଦେହ ବ୍ୟବସାୟ ମାମଲାର ପର୍ଦ୍ଦାଫାସ ହୋଇଥିଲା । ଏହି ମାମଲାରେ ସିଟି ଏସପି ପ୍ରମୋଦ କୁମାର ଯାଦବ ଖୁଲାସା କରିଥିଲେ ଯେ, ଏହି ମାମଲାରେ ଯେଉଁ ରୁମରୁ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ସ୍ଥିତିରେ ଗିରଫ କରାଯାଇଥିଲା, ତାର ରୁମ୍ ବାହାରେ ପୋଲିସ ବିଭାଗର ଜଣେ ଇନ୍ସପେକ୍ଟରଙ୍କ ବୋର୍ଡ ଲାଗିଥିଲା । ଏହାକୁ ନେଇ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ପୋଲିସ । ଏହା ସହିତ ରୁମରୁ ଉଦ୍ଧାର ହୋଇଥିବା ପ୍ରମାଣପତ୍ରଗୁଡ଼ିକର ମଧ୍ୟ ଯାଞ୍ଚ ଚାଲିଛି ।

ସିଟି ଏସପି ପ୍ରମୋଦ କହିଛନ୍ତି ଯେ, ରାମକୃଷ୍ଣ ନାଗର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଥାନା ଅଧ୍ୟକ୍ଷଙ୍କୁ ଗୁପ୍ତ ସୂଚନା ମିଳିଥିଲା କି, ସୁଭାଷ ନାଗର ଅଞ୍ଚଳର ରୋଡ୍ ନମ୍ବର ୩ରେ ନବଳ କିଶୋର ସିଂଙ୍କ ଘରେ ଦେହ ବ୍ୟବସାୟ ଚାଲିଛି । ପୋଲିସ ସୂଚନା ପାଇବା ମାତ୍ରେ ରେଡ୍ କରିବାରୁ ନବଳ କିଶୋରଙ୍କ ରୁମରୁ ଆପତ୍ତିଜନକ ସ୍ଥିତିରେ ୩ ଯୁବକ ଓ ଯୁବତୀଙ୍କ ସତେମ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ପୋଲିସ ସେହି ରୁମକୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା । ଏହା ସହ ରୁମରୁ କିଛଇ ସନ୍ଦିଗ୍ଧ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି ।

ସିଟି ଏସପିଙ୍କ ଅନୁଯାୟୀ, ଏହି ଗ୍ୟାଙ୍ଗ ସାଧାସିଧା ଝିଅମାନଙ୍କୁ ପ୍ରଲୋଭିତ କରି ଫସାଇ ଦିଅନ୍ତି । ଥରେ ସେହି ଝିଅମାନଙ୍କୁ ଭିଡିଓ କରିଦେବା ପରେ ସେମାନେ ତାଙ୍କୁ ବ୍ଲାକମେଲ କରି ଏହି ଧନ୍ଦାରେ ପୂରାଇ ଦିଅନ୍ତି । ତେବେ ଯେଉଁ ରୁମରୁ ଦେହ ବ୍ୟବସାୟ ମାମଲାର ପର୍ଦ୍ଦାଫାସ ହୋଇଛି, ସେହି ରୁମ୍ ବାହାରେ ପୋଲିସ ବିଭାଗର ଇନ୍ସପେକ୍ଟରଙ୍କ ବୋର୍ଡ ଲାଗିଛି ଓ ରୁମରୁ ଜବତ ହୋଇଥିବା ଅନେକ ଡକ୍ୟୁମେଣ୍ଟର ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.