fbpx
BSKY
BJD SHG SKY
BJD YOUTH SKY

Flipkart Mobile Bonanza Sale: ମାତ୍ର ୧୬୦୦ ଟଙ୍କାରେ କିଣନ୍ତୁ Samsungର ୫ଜି ଫୋନ୍, ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ବର୍ତ୍ତମାନ ମୋବାଇଲ୍ ବୋନାଞ୍ଜା ସେଲ୍ ଚାଲିଛି । ଏହା କେବଳ ଦୁଇଦିନ ପାଇଁ ଚାଲିଛି । ଜାନୁଆରୀ ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଳ୍ ଚାଲିବ । ଅର୍ଥାତ୍ ସେଲ୍ ର ଆଜି ହେଉଛି ଶେଷ ତାରିଖ । ସେଲ୍ ସମୟରେ ଦାମୀରୁ ଦାମୀ ସ୍ମାର୍ଟଫୋନ୍ ଶସ୍ତାରେ ମିଳୁଛି । ମୋବାଇଲ୍ ବୋନାଞ୍ଜା ସେଲ୍ ରେ ୫ଜି ସ୍ମାର୍ଟଫୋନ୍ ର ଦାମ୍ ହ୍ରାସ ପାଇଛି । ଯଦି ଆପଣ ୫ଜି ସ୍ମାର୍ଟଫୋନ୍ ଆଣିବାକୁ ଚାହୁଁଛନ୍ତି ତାହେଲେ ଏହି ସେଲ୍ କୁ ହାତଛଡ଼ା କରନ୍ତୁ ନାହିଁ । ସାମସଙ୍ଗର ଜବରଦସ୍ତ ୫ଜି ଫୋନ୍ ଖୁବ୍ ଶସ୍ତାରେ ଉପଲବ୍ଧ ହେଉଛି । ଏଥିରେ SAMSUNG Galaxy F42 5G କେବଳ ୧୬୪୯ ଟଙ୍କାରେ କିଣାଯାିପାରିବ । ଚାଲନ୍ତୁ ଜାଣିବା କିପରି ….

SAMSUNG Galaxy F42 5G ର ଲଞ୍ଚ ପ୍ରାଇସ୍ ୨୩ହଜାର ୯୯୯ ରହିଛି । ହେଲେ ଏହି ସେଲ୍ ରେ ଏହି ଫୋନ୍ ୨୦ ହଜାର ୯୯୯ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ଫୋନ୍ ରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । ଏହା ବ୍ୟତୀତ ଅତିରିକ୍ତ ଅଫର୍ ମଧ୍ୟ ରହିଛି । ଯାହାଦ୍ୱାରା ଫୋନ୍ ର ଦାମ୍ କମିପାରିବ । ଯଦି ଆପଣ ଏହି ସ୍ମାର୍ଟଫୋନ୍ କୁ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡରେ କିଣୁଛନ୍ତି ତେବେ ୩ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରିବ । ଏହା ବ୍ୟତୀତ ଯଦି ଆପଣ ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ୩ ହଜାର ଟଙ୍କା ସମେତ ୯୦୦ ଟଙ୍କାର ଡିସକାଉଣ୍ଟ ମିଳିଯିବ । ଅର୍ଥାତ୍ ଦାମ୍ ହ୍ରାସ ପାଇ ୧୭ହଜାର ୯୯ ଟଙ୍କା ହେବ । ଏହା ବ୍ୟତୀତ ଏକ୍ସଚେଞ୍ଜ୍ ଅଫର୍ ବି ରହିଛି ।

ଖାଲି ସେତିକି ନୁହେଁ SAMSUNG Galaxy F42 5G ଫୋନ୍ ଉପରେ ୧୫ ହଜାର ୪୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର୍ ମିଳୁଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ କରୁଛନ୍ତି ତେବେ ଏହି ଅଫର୍ ଆପଣ ପାଇପାରିବେ । ହେଲେ ଏହି ଅଫର୍ ଆପଣଙ୍କୁ ସେତେବେଳେ ମିଳିବ ଯଦି ଆପଣଙ୍କ ଫୋନ୍ ଏକ୍ସଚେଞ୍ଜ ସମୟରେ ଭଲ ସ୍ଥିତିରେ ରହିଥିବ ଓ ମଡେଲ୍ ଲାଟେଷ୍ଟ୍ ହୋଇଥିବ । ଆଉ ଯଦି ଏହି ଅଫର୍ କୁ ପାଇବାରେ ସଫଳ ହେଉଛନ୍ତି ତାହେଲେ ଏହାର ଦାମ୍ ୧୬୪୯ ଟଙ୍କା ହୋଇଯିବ ।

Get real time updates directly on you device, subscribe now.