fbpx

କଂଗ୍ରେସ ଭବନ ବୋମାମାଡ଼ ଘଟଣା: ୨ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ବିଳମ୍ବିତ ରାତ୍ରିରେ ରାଜ୍ୟ କଂଗ୍ରେସ ଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କରିଛି । ଗିରଫ କରିବା ପରେ କ୍ୟାପିଟାଲ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଗିରଫ ଦୁଇ ପୂର୍ବତନ ଛାତ୍ରନେତା ଦ୍ୱୟ ହେଲେ ଇତିଶ କୁମାର ପ୍ରଧାନ ଓ ପ୍ରସନ୍ନଜିତ୍ ମଲ । ଗତ ଶନିବାର ଦିନ କିଛି ଦୁର୍ବୃତ୍ତ କଂଗ୍ରେସ ଭବନ ଉପରକୁ ବୋମା ଫିଙ୍ଗିବା ପରେ ସେଠାରେ ନିଆଁ ଲଗାଇ ଦେଇଥିଲେ । ଏଥିସହ କାର୍ଯ୍ୟାଳୟରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଖଣ୍ଡା ଓ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ଏନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସହିଦ ନଗର ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ସହଯୋଗୀ ଫେରାର ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସରେ ଦଳୀୟ ଗୋଷ୍ଠୀ କନ୍ଦଳକୁ କେନ୍ଦ୍ର କରି କିଛି ଗୋଷ୍ଠୀ କଂଗ୍ରେସ ଭବନ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ସେହିପରି ଗତବର୍ଷ ଫେବୃଆରୀରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେ ସମୟରେ ୩ ଜଣ ଯୁବ କଂଗ୍ରେସ ନେତା ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.