fbpx

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଜାଣନ୍ତୁ କେଉଁ ପର୍ଯ୍ୟାୟରେ କେତେ ଜିଲ୍ଲା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥର ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଭୋଟର ମତଦାନ କରିବେ । ୯୧ ହଜାର ୯୧୩ ୱାର୍ଡ ମେମ୍ବର, ୬,୭୯୪ ସରପଞ୍ଚ ନିର୍ବାଚିତ ହେବେ । ଏହା ସହିତ ୬ ହଜାର ୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହେବେ ।

– ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୬୬୯ ଗ୍ରାମ ପଞ୍ଚାୟତ, ୨୨ ହଜାର ୩୭୯ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୩୦ଟି ଜିଲ୍ଲାର ୬୮ ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୫୧୪ ଗ୍ରାମ ପଞ୍ଚାୟତ, ୨୦ ହଜାର ୪୩୬ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୨୦ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୨୯ଟି ଜିଲ୍ଲାର ୬୩ ବ୍ଲାକ, ୧୭୧ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୩୮୨ ଗ୍ରାମ ପଞ୍ଚାୟତ, ୧୮ ହଜାର ୪୯୫ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୨୨ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୨୭ଟି ଜିଲ୍ଲାର ୬୪ ବ୍ଲକ, ୧୬୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୨୫୪ ଗ୍ରାମ ପଞ୍ଚାୟତ, ୧୭ ହଜାର ୮୯ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ ।୨୫ଟି ଜିଲ୍ଲାର ୪୮ ବ୍ଲକ, ୧୩୧ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୯୭୫ ଗ୍ରାମ ପଞ୍ଚାୟତ, ୧୩ ହଜାର ୫୧୪ ବୁଥରେ ମତଦାନ ହେବ ।

Get real time updates directly on you device, subscribe now.