fbpx

ପୁଣି ଫେରିବ ପାଣ୍ଡ୍ୟା ଚମକ: ଖୁବଶୀଘ୍ର ଅଧିନାୟକ କମାଣ ସହ ଓହ୍ଲାଇବେ ମୈଦାନକୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚଳିତ ସିଜିନରେ ଦୁଇଟି ନୂଆ ଟିମର ଏଣ୍ଟ୍ରି ହୋଇଛି । ତେବେ ସେଥିମଧ୍ୟରୁ ଅହମ୍ମଦାବାଦ ଟିମକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଞ୍ଜୁରୀ ପ୍ରଦାନ କରିସାରିଛି । ତେବେ ବର୍ତ୍ତମାନ ଏହି ନୂଆ ଟିମର କମାଣ କିଏ ସମ୍ଭାଳିବ ତାହାକୁ ନେଇ ପ୍ରକ୍ରିୟା ଜାରି ରହିଛି । ତେବେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ବାହାରେ ରହିଥିବା ଧୂଆଁଧାର ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ଶୁଣାଯାଉଛି । ବିଗତ କିଛିଦିନ ଧରି ଏହା ଉପରେ ତର୍ଜମା ଜାରି ରହିଥିବା ବେଳେ ପାଣ୍ଡ୍ୟାଙ୍କ ପାଇଁ ଏହି ମୌକା ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ।

ଆଇପିଏଲ ମେଗା ଅକ୍ସନ ପୂର୍ବରୁ ଅହମ୍ମଦାବାଦ ପାଣ୍ଡ୍ୟାଙ୍କୁ ବ୍ୟତୀତ ରଶିଦ ଖାନ ଓ ଈଶାନ କିଶନଙ୍କ ନାମ ମଧ୍ୟ ଘୋଷଣା କରିପାରେ । ତେବେ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉଥିବାରୁ ସେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଛନ୍ତି । ତେବେ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦେବା ପରେ ଦଳ କେତେ ପ୍ରଫିଟରେ ରହିବା ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ହାର୍ଦ୍ଦିକ ଓ ତାଙ୍କ ଭାଇ କ୍ରୁନାଲଙ୍କ ଦେଶରେ ଅଗଣିତ ଫ୍ୟାନ୍ସ ରହିଛନ୍ତି । ଆଇପିଏଲରେ ପ୍ରଥମ ଥର ପାଇଁ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଲକ୍ଷରେ କିଣିଥିଲା । ଏହା ପରେ ପାଣ୍ଡ୍ୟାଙ୍କ ଭାଗ୍ୟ ଖୋଲିବା ସହ ଟିମ୍ ଇଣ୍ଡିଆରେ ସେ ଏଣ୍ଟ୍ରି ମାରିଥିଲେ । ଏବେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ ରିଲିଜ୍ କରିଦେଇଥିବାରୁ ପାଣ୍ଡ୍ୟା ଅନ୍ୟ ଏକ ନୂଆ ଟିମ୍ ତଲାସରେ ରହିଥିଲେ । ଠିକଣା ସମୟରେ ହାତୀ ପାଣ୍ଡ୍ୟାଙ୍କ ମୁଣ୍ଡରେ ସୁନା କଳସ ଢାଳିଲା ବୋଲି ଫ୍ୟାନ୍ସ କହୁଛନ୍ତି ।

Get real time updates directly on you device, subscribe now.