fbpx

ମାତ୍ର ୨୩ ହଜାର ଟଙ୍କାରେ କିଣନ୍ତୁ ସ୍କୁଟର, ଏକ ବର୍ଷ ପାଇଁ ରହିଛି ୱାରେଣ୍ଟି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପେଟ୍ରୋଲର ଦର କମିବାର ନାଁ ଧରୁନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଏକ ପ୍ରମୁଖ ବିକଳ୍ପ ପାଲଟିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କମ୍ପାନୀ ଇଲେକ୍ଟ୍ରିକ ସ୍କୁଟର ଓ ମୋଟରସାଇକେଲ ଲଞ୍ଚ କରିଦେଇଛନ୍ତି ।

ନିକଟରେ ଲଞ୍ଚ ହୋଇଛି ସୁଜୁକି ଏକ୍ସେସ ୧୨୫, ଯାହାକି ୫୭.୨ କିଲୋମିଟର ପ୍ରତି ଲିଟର ମାଇଜେଲ ଦେଉଛି । ଏହାକୁ କିଣିବା ପାଇଁ ଆପଣ ଶୋରୁମକୁ ଗଲେ ୭୩,୪୦୦ରୁ ୮୨,୬୦୦ ଟଙ୍କା ଦେବାକୁ ପଡ଼ିବ । ମାତ୍ର ଆପଣ ଏକ କମାଲ୍ ଅଫର ଦ୍ୱାରା ମାତ୍ର ୨୩ ହଜାର ଟଙ୍କା ଦେଇ ନିଜ ଘରକୁ ଗାଡ଼ି ନେଇପାରିବେ । ସେକେଣ୍ଡ ହାଣ୍ଡ ଗାଡ଼ି ବିକ୍ରି କରୁଥିବା କମ୍ପାନୀ ସିଏଆରଏସ୨୪ ପକ୍ଷରୁ ନିଜ ୱେବସାଇଟରେ ଏହି ଦର୍ଶାଯାଇଛି । ସୂଚନା ମୁତାବକ, ଗାଡ଼ିର ମଡେଲ ୨୦୧୩ର ହୋଇଥିବା ବେଳେ ଏହା ପ୍ରଥମ ଓନରସିପ ଅଟେ । ବର୍ତ୍ତମାନ ସୁଦ୍ଧା ଏହା ୩୦,୬୩୮ କିମି ଚାଲିସାରିଥିବା ବେଳେ ଏହାର ରେଜିଷ୍ଟ୍ରେସନ ଦିଲ୍ଲୀର ଡିଏଲ-୯ସି ଆରଟିଓର ଅଟେ । ଯଦି ଆପଣ ଏହି ଗାଡ଼ି କିଣିବାକୁ ଚାହୁଥାନ୍ତି, ତେବେ ୧ ବର୍ଷର ୱ୍ୟାରେଣ୍ଟି ସହ ୭ ଦିନର ମନି ବ୍ୟାକ ଗ୍ୟାରେଣ୍ଟି ମିଳିବ । ଏହି ସମୟ ମଧ୍ୟରେ ଯଦି ସ୍କୁଟରଟି ଆପଣଙ୍କର ପସନ୍ଦ ନହୁଏ, ତେବେ ଆପଣ ତାହାକୁ ଫେରସ୍ତ କରି ପୂରା ଟଙ୍କା ନେଇପାରିବେ ।

Get real time updates directly on you device, subscribe now.