fbpx

୧୨ ବର୍ଷର ବାଳକର ରୋଜଗାର ୩ କୋଟି, ଜାଣନ୍ତୁ କେମିତି ହେଲା ଏହା ସମ୍ଭବ

ନୂଆଦିଲ୍ଲୀ: ପଇସା ରୋଜଗାର କରିବା ଏତେ ସହଜ ନୁହେଁ, ଏକଥା ଆପଣ ଅନେକ ଥର ଶୁଣିଥିବେ । ମାତ୍ର ଜଣେ ୧୨ ବର୍ଷର ବାଳକ ଏକଥାକୁ ଭୁଲ୍ ପ୍ରମାଣିତ କରିଛି । ଲଣ୍ଡନରେ ରହୁଥିବା ବେନିୟାମିନ ଅହମ୍ମଦ ୩ କୋଟି ଟଙ୍କା ରୋଜଗାର କରିଥିବା ଖବର ମିଳିଛି । ବାସ୍ତବରେ, ଅହମ୍ମଦ ଏକ ଲୋକପ୍ରିୟ ନନ ଫଞ୍ଜିବଲ ଟୋକନ (ଏନଏଫଟି) କଲେକ୍ସନ ବିକଶିତ କରିଥିଲା, ଯାହାକି ପ୍ରାୟ ୩ କୋଟିରେ ବିକ୍ରି ହୋଇଥିଲା ।

ଅହମ୍ମଦଙ୍କ ପିତା ଇମରାନ ଅହମ୍ମଦ ପିଲାଦିନକୁ ନିଜ ପୁତ୍ରକୁ ଟେକ୍ନୋଲୋଜି ଆଡ଼କୁ ଆକର୍ଷିତ କରାଇଥିଲେ । ମାତ୍ର ୬ ବର୍ଷ ବୟସରୁ ଅହମ୍ମଦ କୋଡିଂ କରିଆସୁଥିଲା । ଇମରାନ ନିଜେ ଜଣେ ଡେଭଲପର ହୋଇଥିବା ବେଳେ ସେ ଲଣ୍ଡର ଷ୍ଟକ ଏକ୍ସଚେଞ୍ଜରେ କାର୍ଯ୍ୟ କରୁଛନ୍ତି । ଅହମ୍ମଦଙ୍କ ଲାପଟପ ପ୍ରତି ଆଗ୍ରହ ଥିବା ବେଳେ ଇମରାନ ଦିନେ ପୁତ୍ର ପାଇଁ ଏକ ନୂଆ ଲାପଟପ କିଣି ଆଣିଥିଲେ । ଅହମ୍ମଦ ଏକ ଓପନସୋର୍ଟ ପାଇଥନ ସ୍କ୍ରିପ୍ଟ ମାଧ୍ୟମରେ ଏକ ପ୍ରୋଜେକ୍ଟରୁ ମାତ୍ର ୯ଘଣ୍ଟାରେ ୧ କୋଟିରୁ ଅଧିକ ଟଙ୍କା ପାଇଥିଲେ । ଏହାଛଡ଼ା ସେକେଣ୍ଡରୀ ସେଲ୍ସ ଜରିଆରେ କମିଶନ ଓ ରୟାଲଟି ପାଇବା ପରେ ଅହମ୍ମଦଙ୍କ ମୋଟ ଇନକମ ପ୍ରାୟ ୩ କୋଟିରେ ପହଞ୍ଚି ଯାଇଥିଲା।

Get real time updates directly on you device, subscribe now.