fbpx

ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

କେନ୍ଦୁଝର(ଓଡ଼ିଶା ଭାସ୍କର): ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥିବ ଶରୀର । ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଶେଷକୃତ୍ୟ ହୋଇଛି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଗଁ।ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଶେଷ ଦର୍ଶନ କରିଛନ୍ତି ।

ତେବେ ଗତକାଲି ମୁଣ୍ଡଳିଠାରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଥିଲା ।

Get real time updates directly on you device, subscribe now.