fbpx

ମୁଣ୍ଡଳିରେ ବୋଟ୍ ଓଲଟିବା ଘଟଣା: ଉଦ୍ଧାର ହୋଇଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି କହିଲେ SRC

କଟକ(ଓଡ଼ିଶା ଭାସ୍କର): ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ ହୋଇଥିଲେ । ଏଡିଆରଏଫର ଟିମ୍ ତାଙ୍କୁ ଖୋଜିବାରେ ଲାଗିଥିବା ବେଳେ ଆଜି ଧବଳେଶ୍ୱର ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକି ସୀତାରାମଙ୍କ ବୋଲି ସନ୍ଦେହ କରାଯାଇଥିଲା ।

କିନ୍ତୁ ସୀତାରାମଙ୍କ ପରିବାର ଲୋକେ ଶବକୁ ଚିହ୍ନ କରିଛନ୍ତି । ଏହା ସୀତାରାମଙ୍କ ଶବ ନୁହେଁ ବୋଲି ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ଏନେଇ ଏସଆରସି ପ୍ରଦୀପ ଜେନା ଟ୍ୱିଟର ମାଧ୍ୟମରେ ସୂଚନା ଦେବା ସହ ଭୁଲ ସୂଚନା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ତେବେ କାଲି ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୀତାରାମ ନିଖୋଜ ଥିଲେ । ଅନ୍ୟପଟେ ମହାନଦୀର ମୁଣ୍ଡଳିରେ ଫସିଥିବା ଦନ୍ତାହାତୀ ଭାସିଯାଇଥିବା ସୂଚନା ମିଳିଛି । ନଦୀ ପାର ହେବା ବେଳେ ମୁଣ୍ଡଳୀ ସେତୁରେ ଫସିଥିଲା ଏହି ଦନ୍ତାହାତୀ । ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗତକାଲି ଓଲଟିପଡ଼ିଥିଲା ଓଡ଼୍ରାଫ୍ ଟିମ୍ ।

Get real time updates directly on you device, subscribe now.