fbpx

ଏଣିକି ମହିଳା ପୋଲିସ କର୍ମୀ କେବଳ ୮ ଘଣ୍ଟା ଡ୍ୟୁଟି କରିବେ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଏଣିକି ମହିଳା ପୋଲିସ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ପୂର୍ବରୁ ଏହି ଡ୍ୟୁଟି ଟାଇମ ୧୨ ଘଣ୍ଟା ଥିବାବେଳେ ଏବେ ତାହା ୪ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ଡ୍ୟୁଟି ଟାଇମ ବହୁତ ଲମ୍ବା ଥିବାରୁ ଏହି କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଡିଜିପି ସଞ୍ଜୟ ପାଣ୍ଡେ ସୂଚନା ଦେଇଛନ୍ତି ।

ତେବେ ସରକାରଙ୍କ ନୂଆ ଆଦେଶ ଅନୁଯାୟୀ, ମହିଳା ପୋଲିସ କର୍ମୀ ଏଣିକି ୧୨ ଘଣ୍ଟା ବଦଳରେ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ସୂଚନାଯୋଗ୍ୟ ଯେ, ବହୁ ପୂର୍ବରୁ ମହିଳା ପୋଲିସ କର୍ମୀଙ୍କର ଡ୍ୟୁଟି ଟାଇମିଂକୁ ନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ନୂଆ ପଦକ୍ଷେପ ଫଳରେ ରାଜ୍ୟର ଅନେକ ମହିଳା ପୋଲିସ କର୍ମୀ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.