fbpx
BSKY
BJD MC SKY
BJD YOUTH SKY

ଏହି କାରଣରୁ ଛୋଟ ପିଲାମାନେ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି

ଆପଣମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ରକ୍ତଚାପ ରୋଗର ଶିକାର ହୋଇଥିବେ । ମାତ୍ର ଆପଣମାନେ କଣ ଜାଣନ୍ତି କି ଛୋଟ ପିଲାମାନେ ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି । ଆସନ୍ତୁ ଜାଣିବା ଏହି ରୋଗର ବିଭିନ୍ନ କାରଣ ବିଷୟରେ, ଯାହା ପିଲାମାନଙ୍କୁ ଆକ୍ରାନ୍ତ କରିବାରେ ସହାୟତା କରିଥାଏ ।

ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ, ଭାଇଭଉଣୀ ନଥିବା ଛୋଟ ପିଲାମାନେ ଏକୁଟିଆ ରହିଥାନ୍ତି । ଫଳରେ ସେମାନେ ଅଧିକ ସ୍ୱାର୍ଥପର ହୋଇଥାନ୍ତି । ଏମାନଙ୍କର ମସ୍ତିଷ୍କ ଅନ୍ୟ ପିଲାମାନଙ୍କ ଠାରୁ ଅଲଗା ପ୍ରକାର ହୋଇଥାଏ । ଏପରି ପରିସ୍ଥିତିରେ ରହିବା ଦ୍ୱାରା ପିଲାମାନେ ଉଚ୍ଚ ରକ୍ତଚାପ ପରି ରୋଗର ଶିକାର ହୋଇଥାନ୍ତି ।

ଏକୁଟିଆ ଜୀବନଶୈଳୀ ହିଁ ଏଥିପାଇଁ ମୁଖ୍ୟ କାରଣ । ପିତାମାତା କର୍ମଜୀବୀ ହୋଇଥିବା କ୍ଷେତ୍ରରେ ଏହା ବେଶୀ ଦେଖାଯାଏ । ପିଲାଙ୍କ ମାନସିକ ସ୍ଥିତି ବିଷୟରେ କେହି ଧ୍ୟାନ ନଦେବା ଫଳରେ ସେମାନେ ଏକଜିଦିଆ ହେବା ସହ କୌଣସି କଥା କାହା ସହ ସେୟାର କରନ୍ତି ନାହିଁ ।

ଆଧୁନିକ ଯୁଗର ପିଲାମାନେ ଅଧିକ କୋଲେଷ୍ଟରଲଯୁକ୍ତ ଓ ଚର୍ବିଯୁକ୍ତ ଖାଦ୍ୟ ସେବନ କରିଥାନ୍ତି । ଏହା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିରେ ସହାୟକ ହୁଏ । ପିଲାମାନେ ପର୍ଯ୍ୟାପ୍ତ ଭୋଜନ କରୁଥିବା ସ୍ଥଳେ କମ ଶାରୀରିକ ପରିଶ୍ରମ କରିବା ରୋଗକୁ ଆମନ୍ତ୍ରଣ କରିଥାଏ ।

ଏକ ସାମାଜିକ ପ୍ରାଣୀ ହିସାବରେ ମଣିଷକୁ ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ରହିବା ଦରକାର । କିଛି ପିଲା ପରିସ୍ଥିତିରେ ପଡ଼ି ସ୍ନେହ, ଉପଦେଶ, ଭଲପାଇବା ଆଦି ପାଇବାରୁ ବଞ୍ଚିତ ହେବା ଫଳରେ ସେମାନଙ୍କ ଠାରେ କ୍ରୁର ମାନସିକତା ସୃଷ୍ଟି ହୋଇଥାଏ ।

ଅନେକ ପିଲା ଶିଷ୍ଟାଚାର, ନମ୍ରତା, ସଂସ୍କାର, ସମ୍ମାନ ଆଦି ବିଷୟରେ ଶିଖି ନଥାନ୍ତି । ସେମାନଙ୍କୁ କେହି ମଧ୍ୟ ଶିଖାଇନଥାନ୍ତି । ଫଳରେ ସେମାନେ କିଶୋର ବୟସରୁ ଛୋଟ ଛୋଟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ।

ଘରର ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ପିଲାମାନଙ୍କୁ କହିବା ଅନୁଚିତ । କୋମଳ ହୃଦୟରେ ବଡ଼ ସମସ୍ୟାକୁ ଗ୍ରହଣ କରିବା ସେମାନଙ୍କ ଅନ୍ତରାତ୍ମାକୁ କଷ୍ଟ ଦେଇଥାଏ । ଫଳରେ ସେମାନେ କମ ବୟସରେ ଡିପ୍ରେସନର ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.