fbpx

ଓଡ଼ିଶାକୁ ଟ୍ରେନରେ ଆସିବେ ଶ୍ରମିକ: ପରିବହନ ମନ୍ତ୍ରୀ

Advertisement

ନୂଆଦିଲ୍ଲୀ, ୯ା୫: ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶା ଆସିବ ଟ୍ରେନ । ଆନ୍ଧ୍ର, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜୁରାଟରୁ ଟ୍ରେନ ଆସିବ । ବସରେ ନୁହେଁ ସମସ୍ତ ପ୍ରବାସୀ ଓଡ଼ିଆ ଟ୍ରେନରେ ଆସିବେ । ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ଆସିପାରିବେ । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଆସିପାରିବେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଚନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ବାହାରେ ଲକ୍ ଡାଉନ ପାଇଁ ବହୁ ପ୍ରବାସୀ ଫସି ରହିଛନ୍ତି । ଏନେଇ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରଥମେ ନମୁନା ପରୀକ୍ଷା କରାଯିବ ଯଦି ରିପୋର୍ଟ ନେଗେଟିଭ୍ ଆସିବ ତେବେ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ବାହାର ରାଜ୍ୟରୁ ଫେରିବା ଘଟଣାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପରି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗତକାଲି ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ।

Get real time updates directly on you device, subscribe now.