fbpx

୧୦୦୦ କର୍ମଚାରୀଙ୍କୁ ଛଟେଇ କଲା Byju’s: ୨୪ ଘଣ୍ଟା କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହିଲା କମ୍ପାନୀ

AAKASH

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଅନଲାଇନ୍ କୋଚିଂ କମ୍ପାନୀ ବାଇଜୁ(Byju’s)ରେ ବଡ଼ ଧରଣର ଛଟେଇ ହୋଇଛି । କମ୍ପାନୀ ଏହାର ରିଷ୍ଟ୍ରକଚରିଂ ପ୍ରକ୍ରିୟାରେ ୧୦୦୦ କର୍ମଚାରିଙ୍କୁ ଛଟେଇ କରିଛି । ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଭିନ୍ନ ବିଭାଗର କର୍ମଚାରୀ ଏହି ଛଟେଇରେ ସାମିଲ ଅଛନ୍ତି । ତେବେ କମ୍ପାନୀ ସହିତ ନୂତନ କର୍ମଚାରୀ ଯୋଡ଼ି ହେବା ସହିତ ବର୍ତ୍ତମାନ କମ୍ପାନୀରେ ପ୍ରାୟ ୫୦,୦୦୦ କର୍ମଚାରୀ ରହିଛନ୍ତି ।

ସଦ୍ୟ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା କମ୍ପାନୀର ଦୁଇ ପ୍ରତିଶତ । ଏହି ଛଟେଇ ଏଭଳି ସମୟରେ ହୋଇଛି ଯେତେବେଳେ କମ୍ପାନୀ ଏକ ମିଲିୟନ ଡଲାର ଋଣ ପରିଶୋଧକୁ ନେଇ ଆମେରିକୀୟ କୋର୍ଟରେ ମାମଲା ଆରମ୍ଭ ହୋଇଛି । ପୁର୍ବରୁ ବାଇଜୁ ଅକ୍ଟୋବର ୨୦୨୨ରେ କହିଥିଲା ଯେ, ଆଗାମୀ ୬ ମାସ ମଧ୍ୟରେ କମ୍ପାନୀ ୨,୫୦୦ କର୍ମଚାରୀଙ୍କୁ ଛଟେଇ କରିବ । ଚଳିତ ବର୍ଷ ଫେବୃଆରୀରେ ବାଇଜୁ ୧,୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଥିରେ ମୁଖ୍ୟତଃ ଡିଜାଇନର, ଇଞ୍ଜିନିୟର ଏବଂ ପ୍ରଡକସନ୍ କାର୍ଯ୍ୟକ୍ଷେତ୍ରର କର୍ମଚାରୀ ସାମିଲ ଥିଲେ । ଯାହା କମ୍ପାନୀ କାର୍ଯ୍ୟକ୍ଷମତାର ପାଞ୍ଚ ପ୍ରତିଶତ ଥିଲା ।

ବାଇଜୁ ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରାଭେନ୍ଦ୍ରନ୍ ଗତ ବର୍ଷ ଅକ୍ଟୋବରରେ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯୋଜନାବଦ୍ଧ 2500 କର୍ମଚାରୀଙ୍କ ବ୍ୟତୀତ କୌଣସି ଛଟେଇ ହେବ ନାହିଁ। ତେବେ ବର୍ତ୍ତମାନ ସୂତ୍ରମୁ ଖବର ମିଳିଛି ​​ଯେ, କମ୍ପାନୀ ଅପରେସନ୍, ଲଜିଷ୍ଟିକ୍ସ, କଷ୍ଟମର କେୟାର, ଇଞ୍ଜିନିୟରିଂ, ସେଲସ୍, ମାର୍କେଟିଂ ଏବଂ ଯୋଗାଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କିଛି କାର୍ଯ୍ୟ ଆଉଟସୋର୍ସ କରିବାକୁ ଯୋଜନା କରୁଛି।

Get real time updates directly on you device, subscribe now.