fbpx
BSKY
BJD SHG SKY
BJD YOUTH SKY

ଶାରୀରିକ ସମ୍ପର୍କ ପାଇଁ ମନା କରିବା କ୍ରୁରତା ସହ ସମାନ! କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଏକ ବଡ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ଉଭୟଙ୍କ ମଧ୍ୟରେ ସ୍ୱାମୀ ସମ୍ବନ୍ଧ ରଖିବା ପାଇଁ ମନା କରିବା ଏକ କ୍ରୁରତା । ଏ ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ଜଣେ ପୁରୁଷ ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା କ୍ରୁରତା ହୋଇ ପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଆଇପିସି ଧାରା ୪୯୮(ଏ) ଅନୁସାରେ ଏହାକୁ ଏକ କ୍ରୁରତା ବୋଲି କୁହାଯାଇ ପାରିବ ନାହିଁ ।

ଏକ ମାମଲାର ଶୁଣାଣି କରିବା ସମୟରେ କୋର୍ଟ କହିଛନ୍ତି ଯେ, ସମ୍ପୃକ୍ତ ଯୁବକଙ୍କର ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରକିବାର କୌଣସି ଉଦ୍ଦେଶ୍ୟ ନଥିଲା । ଏହା ହିନ୍ଦୁ ବିବାହ ଅଧିନିୟମର ଧାରା ୧୨(୧)(ଏ) ଅନୁସାରେ ବିବାହ କରିବା କାରଣରୁ ଏହାକୁ କ୍ରୁରତା କୁହାଯାଇପାରେ । କିନ୍ତୁ ଆଇପିସି ଧାରା ୪୯୯୮(ଏ) ଅନୁଯାୟୀ ଏହାକୁ କ୍ରୁରତାରେ ବିବେଚନା କରାଯାଇ ପାରିବ ନାହିଁ । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମ ନାଗପନ୍ନାଙ୍କ ଏକକ ବେଞ୍ଚ ତରଫରୁ ସ୍ୱାମୀ ଏବଂ ତାଙ୍କ ପିତାମାତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଅନୁମତି ମିଳିଥିଲା । ଏହାସହିତ ବିବାହର ମାତ୍ର ୨୮ ଦିନ ପରେ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଆଣିଥିବା ଅଭିଯୋଗ ଆବେଦନକୁ ଖାରଜ କରିଛନ୍ତି ।

ସୂଚନା ଅନୁସାରେ, ଏହି ଦୁଇ ଦମ୍ପତ୍ତି ଗତ ୨୦୧୯ ଡିସେମ୍ବର ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ପତ୍ନୀ ମାତ୍ର ୨୮ ଦିନ ପର୍ଯ୍ୟନ୍ତ ଶାଶୁଗରେ ରହିଥିଲେ । ଏହାପରେ ଫେବୃଆରୀ ୫ ତାରିଖରେ ସ୍ୱାମୀଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ କରିଥିଲେ । ଏହାସହିତ ହିନ୍ଦୁ ବିବାହ ଅଧିନିୟମର ଦାରା ୧୨(୧)(ଏ) ଅନୁସାରେ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଶାରୀରିକ ସମ୍ବନ୍ଧ ଦ୍ୱାରା ବିବାହକୁ ସମ୍ପୂର୍ଣ୍ଣ ନ କରିବାରୁ ସ୍ୱାମୀଙ୍କ ବିରୋଧରେ କ୍ରୁରତାର ଅଭିଯୋଗ ଆଣି ବିବାହ ସମ୍ପର୍କ ଶେଷ କରିବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ । ପତ୍ନୀ ଅଭିଯୋଗ କରିଛନ୍ତି ଯେ ସେ ସ୍ୱାମୀଙ୍କ ନିକଟତର ହେବାକୁ ଚେଷ୍ଟା କଲେ, ପତି ଆଧ୍ୟାତ୍ମିକ ଚେତନାରେ ଲିପ୍ତ ରହିବା ସହ ଆସ୍ଥା ସହ ଜଡିତ ଭିହିଓ ଦେଖିବା ପାଇଁ ପସନ୍ଦ କରିଥାନ୍ତି । ତେବେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି ।

 

Get real time updates directly on you device, subscribe now.