fbpx

ବ୍ୟୋମକେଶ ହେଲେ ବିଜୁ ଯୁବ ଜନତା ଦଳର ସଭାପତି

ଭୁବନେଶ୍ୱର,୨୭ ।୯(ଓଡିଶା ଭାସ୍କର): ବିଜୁ ଯୁବ ଜନତା ଦଳର ନୂଆ ସଭାପତି ହୋଇଛନ୍ତି ବ୍ୟୋମକେଶ ରାୟ । ବ୍ୟୋମକେଶ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିଧାୟକ । ଅନ୍ୟପଟେ କଟକ ଜିଲ୍ଲା ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି । ଉଭୟଙ୍କୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଏନେଇ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.